ଭୁବନେଶ୍ବର ଚନ୍ଦକା ଶିଳ୍ପାଞ୍ଚଳରେ ଗ୍ୟାସ୍ ଲିକ୍

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ଚନ୍ଦକା ଶିଳ୍ପାଞ୍ଚଳରେ ଗ୍ୟାସ୍ ଲିକ୍ । ଏକ ପରିତ୍ୟକ୍ତ ଗ୍ଯାସ୍ ଫ୍ଯାକଟ୍ରିରୁ ଗ୍ୟାସ୍ ଲିକ୍ ହୋଇଥିବା ଜଣାପଡ଼ିଛି । ଏକ ସିଲିଣ୍ଡରରେ ଥିବା ସୋଡିୟମ ହାଇପୋକ୍ଲୋରାଇଟ୍ ଲିକ୍ ହୋଇଛି ।

ଅଗ୍ନିଶମ ବିଭାଗର କର୍ମଚାରୀ ସେହି ସିଲିଣ୍ଡରକୁ ଚିହ୍ନଟ କରିଥିଲେ । ଲିକ୍ ବନ୍ଦ କରିବା ପାଇଁ ସେହି ସିଲିଣ୍ଡରକୁ ଖାଲି ସ୍ଥାନକୁ ନିଆଯାଇଛି । ସତର୍କତାମୂଳକ ପଦକ୍ଷେପ ସ୍ଵରୂପ ପାଣି ସହିତ ଚୂନପଥର ଦ୍ରବଣ ସ୍ପ୍ରେ କରାଯାଇଛି । ଲିକ୍ ହୋଇଥିବା ଗ୍ୟାସ୍ ସ୍ଥାନୀୟ ଅଞ୍ଚଳ ପାଇଁ କୌଣସି ବିପଦ ସୃଷ୍ଟି କରିବ ନାହିଁ ବୋଲି କୁହାଯାଇଛି । ନିଜେ ଅଗ୍ନିଶମ ଡିଜି ପୂରା ଅପରେସନର ତଦାରଖ କରିଥିଲେ ।