ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସଙ୍କୁ ଉଦ୍ଧାର ପାଇଁ ନାସାର ଅଭିଯାନ ଆରମ୍ଭ

1 min read

ନୂଆଦିଲ୍ଲୀ: ମହାକାଶରେ ଫସିଥିବା ମହାକାଶଚାରୀ ସୁନୀତା ଓ୍ବଲିୟମ୍ସ ଫେରିବେ । ଏଥିପାଇଁ ନାସା ପକ୍ଷରୁ ଅଭିଯାନ ଆରମ୍ଭ । ଦୁଇ ଚାଳକ ଦଳକୁ ନେଇ ଉଡ଼଼ାଣ ଭରିଲା କ୍ରୁ-୯ ଡ୍ରାଗନ କ୍ଯାପସୁଲ ।

ଅନ୍ତରାଷ୍ଟ୍ରୀୟ ମହାକାଶ ଷ୍ଟେସନକୁ ଉଦ୍ଧାରକାରୀ ଟିମ ପଠାଇଲା ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା । ଗତ ୬ ଜୁନରୁ ଇଣ୍ଟରନାସନାଲ ସ୍ପେସ ଷ୍ଟେସନରେ ଫସି ରହିଛନ୍ତି ଦୁଇ ମହାକାଶଚାରୀ । ସେମାନଙ୍କୁ ଉଦ୍ଧାର କରିବାକୁ ସ୍ପେସ ଏକ୍ସ ପକ୍ଷରୁ ଆରମ୍ଭ ହୋଇଛି ରେସକ୍ଯୁ ଅପରେସନ । ସ୍ପେସ ଏକ୍ସର ଦୁଇ ଚାଳକ ଦଳକୁ ନେଇ ଟିମ ଇଣ୍ଟରନାସନାଲ ସ୍ପେଶ ଷ୍ଟେସନ ଯିବ । ଏମାନଙ୍କ ମଧ୍ୟରେ ଜଣେ ଆମେରିକୀୟ ମହାକାଶଚାରୀ ଥିବାବେଳେ ଅନ୍ୟ ଜଣେ ରୁଷିଆର ମହାକାଶଚାରୀ ।

ଗତ ଜୁନ ୬ ତାରିଖରେ ଇଣ୍ଟରନାସନାଲ ସ୍ପେସ ଷ୍ଟେସନକୁ ଯାଇଥିଲେ ମହାକାଶଚାରୀ ସୁନୀତା ୱିଲିୟମସ ଓ ବେରି ୱିଲମୋର । ସେହିଦିନଠାରୁ ଦୁଇ ବୈଜ୍ଞାନିକ ସେଠାରେ ଫସି ରହିଛନ୍ତି । ନାସାର ବ୍ୟବସାୟିକ ଉଡ଼ାଣ ହିସାବରେ କ୍ରୁ ନାଇନ ମିଶନ ସ୍ପେସ ଏକ୍ସର ନବମ ଉଡ଼ାଣ । ଫ୍ଲୋରିଡାର କେପ କେନାବେରେଲ ସ୍ପେସ କୋର୍ସ ଷ୍ଟେସନରୁ ଏହି ମହାକାଶ ଯାନ ଭାରତୀୟ ସମୟ ଅନୁସାରେ ଗତକାଲି ରାତି ୧୦ଟା ୪୭ ମିନିଟରେ ଉଡ଼ାଣ ଭରିବାର କାର୍ଯ୍ୟକ୍ରମ ରହିଥିଲା । ସବୁ ଠିକଠାକ ଚାଲିବେ ଆସନ୍ତା ୩୦ ତାରିଖରେ ସୋମବାର ଭାରତୀୟ ସମୟ ଭୋର ୩ଟା ସମୟରେ ଏହି ଯାନ ଇଣ୍ଟରନାସନାଲ ସ୍ପେଶ ଷ୍ଟେସନରେ ଓହ୍ଲାଇବ । ଏହି ଯାନରେ ଦୁଇଟି ସିଟ୍ ଫାଙ୍କା ରଖାଯାଇଛି । ସେଠାରୁ ଫସି ରହିଥିବା ଦୁଇ ବୈଜ୍ଞାନିକକୁ ଏହି ଟିମ ଉଦ୍ଧାର କରିବ ।