ବିଚାର ବିଭାଗୀୟ ତଦନ୍ତରେ ସରକାରଙ୍କ ସହଯୋଗକୁ ନେଇ ସନ୍ଦେହ ବ୍ୟକ୍ତ କଲା ବିଜେଡି

ଭୁବନେଶ୍ବର: ବିଚାର ବିଭାଗୀୟ ତଦନ୍ତରେ ସରକାର କେତେଦୂର ସହଯୋଗ କରିବେ ତାକୁ ନେଇ ସନ୍ଦେହ ବ୍ୟକ୍ତ କଲା ବିଜେଡି । ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ବିଜେଡି ନେତା ଅରୁଣ ସାହୁ କହିଲେ ତଦନ୍ତରେ ସରକାର ସହଯୋଗ କରିବେ ବୋଲି ଆଶା ରଖିଛୁ । ୬୦ ଦିନ ପରେ ତଦନ୍ତରୁ କ’ଣ ବାହାରିବ ତାକୁ ଅପେକ୍ଷା । ଦୋଷୀଙ୍କ ବିରୋଧରେ ସରକାର ଦୃଷ୍ଟାନ୍ତମୁଳକ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଦାବି କଲେ ଅରୁଣ ସାହୁ ।

ରାଜ୍ୟପାଳଙ୍କ ପୁଅଙ୍କ ମାମଲାରେ ୧୫ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଘୋଷଣା କରିଥିଲେ ସରକାର । କିନ୍ତୁ ୧୫ ଦିନରୁ ଅଧିକ ସମୟ ବିତିଯାଇଥିଲେ ବି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି । ଏହି ଭଳି ଘଟଣା ଯୋଗୁ ଭରତପୁର କାଣ୍ଡ ଘଟିଲା ବୋଲି କହିଛନ୍ତି ଅରୁଣ ସାହୁ । ବିଜେଡିର ଚାପରୁ ସରକାରଙ୍କୁ ମୁଣ୍ଡ ନୁଆଁଇବାକୁ ପଡ଼ିଛି ବୋଲି ସେ କହିଛନ୍ତି । ଘଟଣାକୁ ଚାପି ଦେବାକୁ ଉଦ୍ୟମ କରୁଥିବା ସରକାରଙ୍କୁ ଶେଷକୁ ବିଚାରବିଭାଗୀୟ ତଦନ୍ତ ଘୋଷଣା କରିବାକୁ ପଡିଛି ବୋଲି ସେ କହିଛନ୍ତି ।

ସେପଟେ ଭରତପୁର ମାମଲାକୁ ନେଇ ବିଜେଡିର ଭୁବନଶ୍ୱର ବନ୍ଦ ଡାକରା ପ୍ରତ୍ୟାହାର । ସରକାରଙ୍କ ବିଚାର ବିଭାଗୀୟ ତଦନ୍ତ ଘୋଷଣା ପରେ ସାମୟିକ ଭାବେ ବନ୍ଦ ଡାକରାକୁ ପ୍ରତ୍ୟାହାର କଲା ବିଜେଡ଼ି