ବନ୍ଧା ହେବେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ହଇରାଣ କରିଥିବା ରୋମିଓ

ଭୁବନେଶ୍ୱର: ମେଜର ଗୁରୁବଂଶ ଓ ତାଙ୍କ ବାନ୍ଧବୀଙ୍କୁ ହଇରାଣ କରିଥିବା ରୋଡ଼ ରୋମିଓଙ୍କୁ ବାନ୍ଧିବ ପୋଲିସ । ଏନେଇ ଏକ ମାମଲା ରୁଜୁ କରିବା ସହ ତୁରନ୍ତ ତଦନ୍ତ କରିବାକୁ ଡିଜିପିଙ୍କ ନିର୍ଦ୍ଦେଶ । କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ଡିଜିପି । ଗତ ୧୪ ତାରିଖ ରାତିରେ ମେଜର ଓ ତାଙ୍କ ବାନ୍ଧବୀ ଘରକୁ ଫେରୁଥିବା ବେଳେ ପଥରଗାଡ଼ିଆ ଓ ଭରତପୁର ରାସ୍ତାରେ ଦୁଇ ଯୁବକ ଏକ କାରରେ ଆସି ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ । ନିଶାସକ୍ତ ଅବସ୍ଥାରେ ଅଶ୍ଳୀଳ ଇଙ୍ଗିତ କରିବା ସହ ମାଡ଼ ମାରିବାକୁ ମଧ୍ୟ ଧମକ ଦେଇଥିଲେ । ଏ ନେଇ ମେଜର ଓ ତାଙ୍କ ବାନ୍ଧବୀ ଥାନାକୁ ଯିବାପରେ ପୋଲିସ ତାଙ୍କୁ ଦୁର୍ବ୍ୟବହାର ସହ ମାଡ଼ ମାରିବା ଭଳି ଆସିଥିଲା ସାଙ୍ଘାତିକ ଅଭିଯୋଗ । ସେପଟେ ତତ୍କାଳୀନ ଥାନାଧିକାରୀଙ୍କ ସହ ଅନ୍ୟ ପୋଲିସ ଷ୍ଟାଫ ମାନଙ୍କର ବୟାନ ରେକର୍ଡ କରାଯାଇଛି । ଆଗାମୀ ଦିନରେ ମେଜର ଓ ତାଙ୍କ ବାନ୍ଧବୀଙ୍କ ମଧ୍ୟ ବୟାନ ରେକର୍ଡ କରାଯିବ ବୋଲି କହିଛନ୍ତି ଡିଜିପି ।