ଦ୍ବିତୀୟ ପର୍ଯ୍ଯାୟ ପ୍ରେସିଡେନସିଆଲ ଡିବେଟରେ ଭାଗ ନେବେନି ଟ୍ରମ୍ପ

1 min read

ନନ୍ଦଘୋଷ ବ୍ୟୁରୋ :  ଆମେରିକା ନିର୍ବାଚନ ପ୍ରସଙ୍ଗ । ଦ୍ବିତୀୟ ପର୍ଯ୍ଯାୟ ପ୍ରେସିଡେନସିଆଲ ଡିବେଟରେ ଭାଗନେବେନି ରିପ୍ଲବିକାନ ପ୍ରାର୍ଥୀ ଡୋନାଲଡ ଟ୍ରମ୍ପ । ଡେମୋକ୍ରାଟ ପ୍ରାର୍ଥୀ କମଳା ହାରିସଙ୍କ ସହ ଆଉ ଡିବେଟ କରିବିନି ବୋଲି ବୋଲି କହିଛନ୍ତି ଟ୍ରମ୍ପ । ବିତର୍କ ନକରିବାର କାରଣ ଜଣାଇ ଟ୍ରମ୍ପ କହିଛନ୍ତି, ଯେତେବେଳେ ଜଣେ ଯୋଦ୍ଧା ଆଉ ଥରେ ଖେଳିବାକୁ କହେ ତାହାର ଅର୍ଥ ହେଉଛି ମୁଁ ଜିତିବି । ଏଣୁ ପୁଣିଥରେ ବିତର୍କର ଆବଶ୍ଯକତା ନାହିଁ ବୋଲି ଟ୍ରମ୍ପ କହିଛନ୍ତି । ପୂର୍ବରୁ ପ୍ରଥମ ଡିବେଟରେ ବହୁ ପ୍ରସଙ୍ଗରେ ମୁହାଁମୁହିଁ ହୋଇଥିଲେ କମଳା ହାରିସ ଓ ଡୋନାଲଡ ଟ୍ରମ୍ପ । ଫିଲାଡେଲଫିଆର ନ୍ୟାସନାଲ କନଷ୍ଟିଚ୍ୟୁସେନ ସେଣ୍ଟରରେ ଦୁଇ ପ୍ରାର୍ଥୀଙ୍କ ମଧ୍ଯରେ ହୋଇଥିଲା ବାକ୍ ଯୁଦ୍ଧ । ଟ୍ରମ୍ପ ପୁନର୍ବାର ରାଷ୍ଟ୍ରପତି ହେଲେ ରୁଷ- ୟୁକ୍ରେନ୍ ଯୁଦ୍ଧ ୨୪ ଘଣ୍ଟା ଭିତରେ ଶେଷ କରିଦେବେ ବୋଲି ଦୃଢୋକ୍ତି ଦେଖାଇଥିଲେ । ୟୁକ୍ରେନ ପଛରେ ଆମେରିକାର ହାତ ରହିଛି ଖୋଲାଖୋଲି କହିବା ପରେ କମଳା ହାରିସ ଏହାର ତୀବ୍ର ବିରୋଧ କରିଥିଲେ । ଟ୍ରମ୍ପଙ୍କ ବିଦେଶ ନୀତି ସବୁଠୁ ଦୁର୍ବଳ ବୋଲି କମଳା କହିଥିଲେ । ଅନ୍ଯାନ୍ଯ ପ୍ରସଙ୍ଗରେ ମଧ୍ଯ ଉଭୟଙ୍କ ମଧ୍ଯରେ କଡା ଟକ୍କର ଦେଖିବାକୁ ମିଳିଥିଲା । ଅନୁପ୍ରବେଶ ନୀତି, ଅର୍ଥନୀତି ଓ ସମ୍ବିଧାନ ପ୍ରସଙ୍ଗରେ ଉଭୟ ବିତର୍କ କରିଥିଲେ । ନଭେମ୍ବର ୫ ତାରିଖରେ ଆମେରିକା ଭୋଟ ହେବ।