ଛାତରୁ ଡେଇଁ ଆତ୍ମହତ୍ୟା କଲେ ମଲାଇକା ଅରୋରାଙ୍କ ବାପା

ମୁମ୍ୱାଇ: ଆତ୍ମହତ୍ୟା କରିଛନ୍ତି ବଲିଉଡ ଅଭିନେତ୍ରୀ ମଲାଇକା ଅରୋରାଙ୍କ ବାପା ଅନିଲ ଅରୋରା। ବୁଧବାର ଦିନ ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ଅନିଲ। ସକାଳ ୯ଟାରେ ଏହି ଘଟଣା ଘଟିଛି। ଏହି ଘଟଣାଟି ମଲାଇକାଙ୍କ ପରିବାର ଏବଂ ସମ୍ପର୍କୀୟଙ୍କୁ ସ୍ତମ୍ଭୀଭୁତ କରିଛି । ଘଟଣାସ୍ଥଳରେ ମୁମ୍ୱାଇ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ।

ମଲାଇକା ଏବଂ ତାଙ୍କ ପରିବାର ପାଇଁ ଏହା ଅତ୍ୟନ୍ତ ଦୁଃଖଦାୟକ ଏବଂ କଷ୍ଟକର ସମୟ । ଏହି ଦୁଃଖ ସମୟରେ ପ୍ରଥମେ ଅରବାଜ ଖାନ ତାଙ୍କ ଘରେ ପହଞ୍ଚିଛନ୍ତି। ଅରବାଜ ଖାନ ମଲାଇକାଙ୍କ ଘର ବାହାରେ ପୋଲିସ ଏବଂ ଅନ୍ୟ ଲୋକଙ୍କ ସହ କଥାବାର୍ତ୍ତା ହେଉଥିବା ନଜର ଆସିଛନ୍ତି । କେବେଳ ସେତିକି ନୁହେଁ ସୋସିଆଲ ମିଡିଆରେ ଫ୍ୟାନ୍ସମାନେ ସମବେଦନା ଜଣାଉଛନ୍ତି ।