ମହାନଦୀକୁ ଡେଇଁ ଜୀବନ ହାରିଲେ ଯୁବକ

ନନ୍ଦିଘୋଷ ବ୍ୟୁରୋ: ମହାନଦୀକୁ ଡେଇଁ ପୁଣି ଜଣେ ଯୁବକଙ୍କ ଆତ୍ମହତ୍ଯା । ଯୋବ୍ରା ବ୍ଯାରେଜ ନିକଟରେ ମହାନଦୀକୁ ଡେଇଁଲେ ଯୁବକ । ଯୁବକଙ୍କ ନାମ ମୃତ୍ୟୁଞ୍ଜୟ ମାଣିକ । ତାଙ୍କ ଘର ଭବନେଶ୍ୱର ଭିଏଏସଏସ ନଗର ବୋଲି ଜଣାପଡିଛି । ଅପରାହ୍ନ ୪ ସମୟରେ ଯୋବ୍ରା ବ୍ୟାରେଜ୍ ୭୪ନମ୍ବର ଗେଟ୍ ଉପରୁ ଡେଇଁ ଆତ୍ମହତ୍ଯା କରିଛନ୍ତି ମୃତ୍ଯୁଞ୍ଜୟ । ତେବେ କେଉଁ କାରଣରୁ ସେ ଏପରି ଚରମ ନିଷ୍ପତ୍ତି ନେଲେ ତାହା ଜଣାପଡ଼ି ନଥିବାବେଳେ ଘଟଣା ପରେ ଅଗ୍ନିଶମ ବିଭାଗ ପହଞ୍ଚି ଖୋଜାଖୋଜି କରିଥିଲା । ତେବେ ସଂଧ୍ଯା ହୋଇଯିବା ଯୋଗୁଁ ଆଜି ଉଦ୍ଧାର କାର୍ଯ୍ଯ ବନ୍ଦ ରଖାଯାଇଛି । ଆସନ୍ତାକାଲି ପୁଣି ଉଦ୍ଧାର କାର୍ଯ୍ଯ କରାଯିବ ବୋଲି କହିଛନ୍ତି ଅଗ୍ନିଶମ ଅଧିକାରୀ । ସେପଟେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଯୁବକଙ୍କ ପରିବାର ଲୋକ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।