ପୁଣି ଡରାଇଲାଣି କରୋନା, ଭାରତକୁ ସତର୍କ ସୂଚନା

1 min read

ନନ୍ଦିଘୋଷ ବ୍ୟୁରୋ: ପୁଣି ଫେରୁଛି କରୋନା । ଆମେରିକାରୁ ଦକ୍ଷିଣ କୋରିଆ ସବୁଠି ପୁଣିଥରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଭାରତକୁ ସତର୍କ ସୂଚନା ଜାରି କରାଯାଇଛି । ନୋଏଡ଼ାର ଶିବ ନାଡର ୟୁନିଭରସିଟିର ବାୟୋଲଜିଷ୍ଟିକ ପ୍ରଫେସର ଦୀପକ ସହଗଲ ଏକ ନ୍ୟୁଜ୍ ଏଜେନ୍ସିକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି କି, ଭାରତକୁ ପୁଣି ଫେରିପାରେ କୋଭିଡ୍-୧୯ । ଏଣୁ ସତର୍କ ରହିବାକୁ ପଡ଼ିବ ବୋଲି କହିଛନ୍ତି । ଆମେରିକାରେ ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର (ସିଡିସି) ର ଆକଳନ ଅନୁଯାୟୀ ଆମେରିକାର କୋଭିଡ ସଂକ୍ରମଣ ବୃଦ୍ଧି ପାଉଛି। ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ଆମେରିକାର ହସ୍ପିଟାଲରେ 4 ହଜାରରୁ ଅଧିକ ଲୋକ ଭର୍ତ୍ତି ହୋଇଛନ୍ତି। ଆହୁରି ମଧ୍ୟ, ଦକ୍ଷିଣ କୋରିଆରେ ବହୁ ସଂଖ୍ୟକ କୋଭିଡ୍ ମାମଲା ଦେଖାଯାଉଛି । ତେବେ ଭାରତରେ ଏବେ ମଧ୍ୟ କୋଭିଡ ସଂକ୍ରମିତ ଚିହ୍ନ ହେଉଥିବାବେଳେ ଆଗାମୀ ଦିନରେ ସତର୍କତା ଅବଲମ୍ବନ କରିବା ଉଚିତ । WHO ରିପୋର୍ଟ ମୁତାବକ ଜୁନରୁ ଜୁଲାଇ ମାସ ମଧ୍ୟରେ ଭାରତରେ ୯୦୮ଟି ମାମଲା ଚିହ୍ନଟ ହୋଇଥିବାବେଳେ ୨ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।