ସବୁ ବ୍ଲକରେ ଉନ୍ନୟନ କାମ ଠପ୍; ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା କରିବାକୁ ଡରୁଛି ସରକାର

1 min read

ଭୁବନେଶ୍ବର:  ବିକାଶମୂଳକ କାର୍ଯ୍ୟରେ ବାଧକ ସାଜିଛି ବିଜେପି । ୩୧୪ ବ୍କକରେ ଉନ୍ନୟନ କାମ ସଂପୂର୍ଣ୍ଣ ଠପ । ଏହାକୁ ନେଇ ବିଧାନସଭାରୋ ବିଜେଡିର ହଙ୍ଗାମା । ଉନ୍ନୟନ କାମ ଠପ ନେଇ ବିରୋଧୀ ବିଜେଡି ଦୁଇ ଦୁଇ ଥର ମୁଲତବି ପ୍ରସ୍ତାବ ଆଣିଥିଲେ ବି ଗ୍ରହଣ କରିନାହାନ୍ତି ବାଚସ୍ପତି । ଶୂନ୍ୟକାଳରେ ଏନେଇ ପ୍ରତିବାଦ କରିଛି ବିଜେଡି ।

ନୂଆ ସରକାରଙ୍କ ଅଲିଖିତ ନିର୍ଦ୍ଦେଶନାମା । ସମସ୍ତ ୩୧୪ ବ୍ଲକରେ ବନ୍ଦ ରହିଛି ଉନ୍ନୟନ କାମ । ବିକାଶମୂଳକ କାର୍ଯ୍ୟକ୍ରମ ବନ୍ଦ କରାଯିବା ପ୍ରତିବାଦରେ ବିଧାନସଭା ଗର୍ଜନ କରିଛନ୍ତି ବିଜେଡ଼ି ବିଧାୟକ । ଶୂନ୍ୟକାଳରେ ବରିଷ୍ଠ ବିଜେଡ଼ି ବିଧାୟକ ଅରୁଣ ସାହୁ ଅଭିଯୋଗ କରିଥିଲେ, ବ୍ଲକରେ ଉନ୍ନୟନ କାମ ଠପ ହେଲାଣି । ଏନେଇ କିଏ ଅଲିଖିତ ନିର୍ଦ୍ଦେଶନାମା ଦେଇଛନ୍ତି କି ? ବାରମ୍ବାର ମୁଲତବୀ ନୋଟିସକୁ ବାଚସ୍ପତି କାହିଁକି ଗ୍ରହଣ କରୁନାହାନ୍ତି ? ସରକାର ବଦଳିବା ପରେ କାହିଁକି ବିକାଶମୂଳକ କାମ ତ୍ବରାନ୍ବିତ ହେଉନାହିଁ ବୋଲି ପ୍ରଶ୍ନ କରିଛି ବିଜେଡ।

ସେହିପରି ବିଜେଡ଼ି ବିଧାୟକ ଗଣେଶ୍ୱର ବେହେରା ମଧ୍ୟ ଏ ପ୍ରସଙ୍ଗରେ ଶାସକ ଦଳ ଉପରେ ବର୍ଷିଛନ୍ତି । ପ୍ରତିବାଦରେ ବିଜେଡ଼ି ବିଧାୟକମାନେ ଶୂନ୍ଯକାଳରେ ଗୃହ ମଧ୍ୟଭାଗକୁ ଆସି ନାରାବାଜି କରିଥିଲେ ।

ସେପଟେ ଆଲୋଚନା କରିବାକୁ ସରକାର ପଛଘୁଞ୍ଚା ଦେଉନାହାନ୍ତି । ବିଧାନସଭା ବିଧି ବ୍ୟବସ୍ଥାରେ ବାଚସ୍ପତି ହେଉଛନ୍ତି ଗୃହର ସର୍ବେସର୍ବା । ସେ ଯାହା ନିଷ୍ପତ୍ତି ନେଇଛନ୍ତି ତାହା ଠିକ ବୋଲି କହିଛନ୍ତି ସଂସଦୀୟ ବ୍ଯାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଶାସକ ଦଳ କଥାରେ ବାଚସ୍ପତି ପକ୍ଷପାତିକା କରୁଥିବା ପ୍ରସଙ୍ଗରେ ବିଜେଡି-ବିଜେପି ମୁହାଁମୁହିଁ ହୋଇଛନ୍ତି ।

ହଟ୍ଟଗୋଳ ଭିତରେ ବାଚସ୍ପତି ଗୃହରେ ଘୋଷଣା କରିଥିଲେ ଯେ, ଯେହେତୁ ଏହି ପ୍ରସଙ୍ଗ ନିର୍ଦ୍ଦିଷ୍ଟ ବିଷୟ ଉପରେ ଆଧାରିତ ନୁହେଁ କି ନିକଟ ଅତୀତର ଘଟଣା ନୁହେଁ ତେଣୁ ବିଧାନସଭା ବିଧି ବ୍ୟବସ୍ଥାର ୬୦ (ଗ) ଅନୁଯାୟୀ ପ୍ରସ୍ତାବକୁ ଅଗ୍ରାହ୍ୟ କରାଯାଇଛି । ତେବେ ବ୍ଲକରେ ବିକାଶ କାମ ଠପ୍ ହୋଇଥିବା ବେଳେ ଲୋକଙ୍କ ପ୍ରସଙ୍ଗକୁ କାହିଁକି ଗୃହରେ ଆଲୋଚନା କରାଯିବ ନାହିଁ ବୋଲି ପ୍ରଶ୍ନ କରିଛି ବିଜେଡି ।