କେରଳ ଓ୍ବାୟନାଡ ବିଭୀଷିକା ଘଟଣା; ବିପନ୍ନଙ୍କ ଥଇଥାନ ନେଇ ଆଜି ବସିବ ସର୍ବଦଳୀୟ ବୈଠକ
ନନ୍ଦିଘୋଷ ବ୍ୟୁରୋ: କେରଳ ଓ୍ବାୟନାଡ ବିଭୀଷିକାରେ କ୍ଷତିଗ୍ରସ୍ତ ୭୨୮ ପରିବାରଙ୍କୁ ରିଲିଫ ଶିବିରରୁ ଅସ୍ଥାୟୀ ଆବାସସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଛି । ସେପଟେ ବିପନ୍ନଙ୍କ ଥଇଥାନ ନେଇ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ମୁଖ୍ଯମନ୍ତ୍ରୀ ପିନରୟୀ ବିଜୟନ । ଏହି ବୈଠକରେ ମୁଖ୍ଯଶାସନ ସଚିବଙ୍କ ସମେତ ରାଜସ୍ବ, ଗୃହନିର୍ମାଣ, ଜଙ୍ଗଲ, ବିଦ୍ଯୁତ, ପରିବହନ, ଅର୍ଥ, ପୂର୍ତ୍ତ ବିଭାଗ ମନ୍ତ୍ରୀ ଯୋଗଦେବେ । ଓ୍ବାୟନାଡର ମୋତ ୨ ହଜାର ୫୬୯ଲୋକଙ୍କୁ ବିଭିନ୍ନ ସରକାରୀ ବଙ୍ଗଳା ଓ ଭଡା ସୂତ୍ରରେ ନିଆଯାଇଥିବା ଆବାସସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଛି । ଜୁଲାଇ ୩୦ରେ ଘଟିଥିବା ପ୍ରଳୟଙ୍କରୀ ଭୂସ୍ଖଳନରେ ମୃତ୍ୟୁ ସଂଖ୍ଯା ୪୧୩ ହୋଇଥିବାବେଳେ ବର୍ତ୍ତମାନ ବି ନିଖୋଜ ଅଛନ୍ତି ୧୫୨ ଜଣ । ୧୧୯ ମୃତଦେହ ଚିହ୍ନଟ ହୋଇପାରିନାହିଁ । ଏହି ଭୂସ୍ଖଳନରେ ଓ୍ବାୟନାଡର ୩ଟି ଗ୍ରାମ ଅର୍ଥାତ ମୁନ୍ଦାକାଇ, ଚୁରଲମାଲା ଓ ପୁଞ୍ଚିରିମ ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହୋଇଯାଇଥିଲା ।