ଅଧ୍ୟକ୍ଷ ଭାବେ ଜିତିବା ପରେ ନବୀନଙ୍କୁ ଭେଟିଲେ ଲିଲିତା

ଭୁବନେଶ୍ବର: କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ବଜାୟ ରଖିଲା ବିଜୁ ଜନତା ଦଳ । କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦର ଅଧ୍ୟକ୍ଷା ଭାବେ ନିର୍ବିବାଦରେ ନିର୍ବାଚିତ ହେବା ପରେ ଲିଲିତା ଦାସ ନବୀନ ନିବାସକୁ ଆସି ବିଜେଡି ସଭାପତି ତଥା ବିରୋଧି ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟି ଆଶୀର୍ବାଦ ନେଇଛନ୍ତି ।

ଏହି ଅବସରରେ ନବୀନ ଲିଲିତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଜିଲ୍ଲା ପରିଷଦ ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ନବୀନ କହିଥିଲେ, ବିଜୁ ଜନତା ଦଳ ସବୁବେଳେ ଲୋକଙ୍କ ସାଥିରେ ଅଛି । ଲୋକଙ୍କ ପାଇଁ କାମ କରୁଛି ଓ କରିଚାଲିବ । ଲୋକଙ୍କ ପାଇଁ ଭଲ କାମ ଜାରି ରଖିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ ନବୀନ ।

ଏହି ଅବସରରେ ବିଧାୟକ ପ୍ରତାପ ଦେବ, ଧ୍ରୁବ ସାହୁ, ଅରବିନ୍ଦ ମହାପାତ୍ର, ଗଣେଶ୍ୱର  ବେହେରା, ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଓ ସାଂସଦ ପ୍ରାର୍ଥୀ ଶ୍ରୀ ଅଂଶୁମାନ ମହାନ୍ତିଙ୍କ ସମେତ କେନ୍ଦ୍ରାପଡ଼ା ଜିଲ୍ଲା ବିଜୁ ଜନତା ଦଳର ଅନେକ କର୍ମୀ ଉପସ୍ଥିତ ଥିଲେ