ବିଷାକ୍ତ ମଦ ପିଇ ୧୫ ଅସୁସ୍ଥ

ନନ୍ଦିଘୋଷ ବ୍ୟୁରୋ: ବିଷାକ୍ତ ମଦ ପିଇ ୧୫ ଅସୁସ୍ଥ । ସମସ୍ତେ ମେଡିକାଲରେ ଭର୍ତି । ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ  ମାଉନ୍ଦପୁରଠାରେ ଘଟିଛି ଏହି ଘଟଣା ।  ବିଷାକ୍ତ ଦେଶୀ ମଦ ପିଇ ୧୫ରୁ ଉର୍ଦ୍ଧ୍ବ ଗୁରୁତର ହୋଇଛନ୍ତି । କରବାଲୁଆ ଏବଂ ଆଖ ପାଖ ଗାଁ ର କିଛି ଲୋକ ନିକଟସ୍ଥ ଗାଁ ମାଉନ୍ଦପୁର ଠାରେ ଦେଶୀ ମଦ ପିଇବା ପରେ ଅସୁସ୍ଥ ହୋଇଛନ୍ତି ।  ଅଧିକାଂଶ ଅସୁସ୍ଥ ମାନେ ଚିକିଟି ବ୍ଲକ କରବାଲୁଆ ଜେନାପୁର ଗ୍ରାମର । ସମସ୍ତଙ୍କୁ ଚିକିଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।