କଂଗ୍ରେସରେ ତାରା ବୋମା , ଅସନ୍ତୋଷ ଝାଡିଲେ ତାରା ବାହିନୀପତି

ଭୁବନେଶ୍ବର : ଭାଙ୍ଗିଗଲେଣି କଂଗ୍ରେସ କର୍ମୀ । ଦଳୀୟ ସ୍ବାର୍ଥ ବଦଳରେ ନିଜ ସ୍ବାର୍ଥ ହାସଲ ପାଇଁ ଚେଷ୍ଟା କରୁଛନ୍ତି କଂଗ୍ରେସ ନେତା । ଏଭଳି ବିସ୍ଫୋରକ ବୟାନ ରଖିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି । ତାରା କହିଛନ୍ତି, କଂଗ୍ରେସରେ କାହାର ମତ କାହା ସହ ଠିକ ରହୁନି । ଦଳରେ ଏବେ ବିଭାଜନ ସୃଷ୍ଟି ହେଲାଣି । ଏଭଳି ସ୍ଥିତିରେ କେବଳ ନିଜେ ବଞ୍ଚିଲେ ବାପାର ନାଁ ବୋଲି ମତ ଦେଇଛନ୍ତି ତାରା । ଗାନ୍ଧୀ ପରିବାର ହେଉଛନ୍ତି କଂଗ୍ରେସ ଦଳର ବସ୍ । ସେମାନେ ଯାହା ନିଷ୍ପତ୍ତି ନେବେ ତାକୁ ମାନିବାକୁ ପଡ଼ିବ । ଏବେ ସ୍ଥିତି ଅନୁସାରେ ସମସ୍ତ କଂଗ୍ରେସ କର୍ମୀ ଏକଜୁଟ ହେବା ଦରକାର ବୋଲି ତାରା କହିଛନ୍ତି ।