ସୋସିଆଲ ମିଡିଆରେ ଘୁରି ବୁଲୁଛି ଓଟିଇଟି ପ୍ରଶ୍ନ ପତ୍ର !

1 min read

ନନ୍ଦିଘୋଷ ବ୍ୟୁରୋ: ଆଜି ହୋଇଛି ଓଟିଇଟି ପରୀକ୍ଷା। ସାରା ରାଜ୍ୟରେ ଶତାଧିକ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିବା ବେଳେ, ସୋସିଆଲ ମିଡିଆରେ ସମ୍ଭାବ୍ୟ ହାତ ଲେଖା ପ୍ରଶ୍ନ ପତ୍ର ଘୁରି ବୁଲୁଛି। ସବୁଠାରୁ ବଡ଼ କଥା ହେଉଛି ଜଣେ ୟୁଟ୍ୟୁବର ଏହି ପ୍ରଶ୍ନପତ୍ରକୁ ଟିକି ନିଖି କରି ବୁଝାଉଛନ୍ତି। ୯୦ଟି ପ୍ରଶ୍ନ ପତ୍ର ଦଲାଲଙ୍କ ହାତରେ ଲାଗିଛି ବୋଲି ସେମାନେ ଦାବି କରିଛନ୍ତି। ସେପଟେ ହାତ ଲେଖା ଥିବା ଏହି ପ୍ରଶ୍ନପତ୍ରଟି ଇଂଲିଶ ଏବଂ ଓଡ଼ିଆରେ ରହିଛି। ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ ତରଫରୁ ଏହି ପରୀକ୍ଷା କରାଯାଏ। ହେଲେ ପରୀକ୍ଷା ପୂର୍ବରୁ ୯୦ଟି ହାତ ଲେଖା ପ୍ରଶ୍ନ ପତ୍ର ଭାଇରାଲ ହୋଇଛି ବୋଲି ଦଲାଲ ମାନେ ସୋସିଆଲ ମିଡିଆରେ ଦାବି କରିଛନ୍ତି। ବିଗତ ଦିନ ମାନଙ୍କରେ ବିଭିନ୍ନ ସମୟରେ ପରୀକ୍ଷା ପୂର୍ବରୁ ପ୍ରଶ୍ନ ପତ୍ର ଲିକ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଓଡ଼ିଶା ଷ୍ଟାଫ ସିଲେକ୍ସନ୍ କମିଶନର ଏକ ପରୀକ୍ଷା ପୂର୍ବରୁ ଦଲାଲଙ୍କ ହାତରେ ପ୍ରଶ୍ନ ପତ୍ର ଲଗାଥିବା ବେଳେ, ବାଲେଶ୍ବର ଦିଘାରେ ଶତାଧିକ ପିଲାଙ୍କୁ ପରୀକ୍ଷା ପୂର୍ବରୁ ଯୋଗାଇ ଦିଆଯାଉଥିବା ସମୟରେ ବାଲେଶ୍ଵର ପୋଲିସ କରିଥିଲା ରେଡ। କୁହାଯାଉଛି ଯଦି OTET ପରୀକ୍ଷା ପୂର୍ବରୁ ଭାଇରାଲ ହେଉଥିବା ପ୍ରଶ୍ନ ପତ୍ରରେ କିଛି ସତ୍ୟତା ଥାଏ ତେବେ ଏହା ଏକ ସାଙ୍ଘାତିକ ଘଟଣା।