ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରେ ଦଳକୁ ଫେରିପାରନ୍ତି ମହମ୍ମଦ ସାମି

1 min read

ନନ୍ଦିଘୋଷ ବ୍ୟୁରୋ: ଭାରତୀୟ କ୍ରିକେଟ ଦଳର ଦକ୍ଷ ଦୃତ ବୋଲର ମହମ୍ମଦ ସାମି ଦୀର୍ଘଦିନ ପରେ ଦଳକୁ ଫେରିପାରନ୍ତି । ଆସନ୍ତା ମାସରୁ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରେ ସେ ଦଳକୁ ଫେରିବେ ବୋଲି ସୂଚନା ମିଳିଛି । ବାଂଲାଦେଶ ବିପକ୍ଷରେ ଭାରତ ୨ଟି ଟେଷ୍ଟ ମ୍ୟାଚ ଖେଳିବାକୁ ଥିବାବେଳେ ଜଶପ୍ରିତ ବୁମରାଙ୍କୁ ବିଶ୍ରାମ ଦିଆଯିବ ଏବଂ ତାଙ୍କ ସ୍ଥାନରେ ସାମି ଖେଳିବେ ବୋଲି କୁହାଯାଉଛି । ୨୦୨୩ ଦିନିକିଆ ବିଶ୍ବକପରେ ଘାତକ ବୋଲିଂ କରିଥିବା ମହମ୍ମଦ ସାମି ଆହତ କାରଣରୁ ବିଶ୍ବକପ ପରଠାରୁ ବାହାରେ ଅଛନ୍ତି । ତାଙ୍କର ଅସ୍ତ୍ରୋପଚାର ହୋଇଥିବାବେଳେ ସେ ପଡ଼ିଆରେ ନଜର ଆସିନାହାନ୍ତି । ଏମିତି ଟି-୨୦ ବିଶ୍ବକପ ସମୟରେ ମଧ୍ୟ ସେ ଖେଳିବାର ସୁଯୋଗ ମିଳିନଥିଲା । ମାତ୍ର ଏବେ ସେ ଦଳକୁ ଫେରିବା ପରେ ଦଳ ବୋଲିଂରେ ଆହୁରି ସୁଦୃଢ଼ ହୋଇଯିବ ବୋଲି ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର କହିଛନ୍ତି । ଏହାସହ ଗମ୍ଭୀର କହିଛନ୍ତି କି, ଦଳରେ ବୁମରାଙ୍କ ସ୍ଥାନ ସବୁବେଳେ ସ୍ବତନ୍ତ୍ର ।