କଳିଙ୍ଗ ପୁରସ୍କାର ବନ୍ଦ ପାଇଁ ଚକ୍ରାନ୍ତ!, କେନ୍ଦ୍ରକୁ ନବୀନଙ୍କ କଡ଼ା ଚିଠି

ନନ୍ଦିଘୋଷ ବ୍ୟୁରୋ: କଳିଙ୍ଗ ପୁରସ୍କାର ବନ୍ଦ ପାଇଁ ଚକ୍ରାନ୍ତ। କେନ୍ଦ୍ରକୁ ନବୀନଙ୍କ କଡ଼ା ଚିଠି । ଧରାପଡିଲା ବିଜେପି ସରକାରଙ୍କ ଷଡ଼ଯନ୍ତ୍ର । ୟୁନେସ୍କୋ କଳିଙ୍ଗ ପୁରସ୍କାର ବନ୍ଦ । ଏହାକୁ ପୁଣି ଚାଲୁ କରିବାକୁ କେନ୍ଦ୍ର ବିଜ୍ଞାନ ଓ କାରିଗର କୌଶଳ ମନ୍ତ୍ରୀ ଜିତେନ୍ଦ୍ର ପ୍ରସାଦଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ୧୯୫୨ ମସିହାରୁ ଆରମ୍ଭ ହୋଇଥିବା ଏହି ପୁରସ୍କାର ବର୍ତ୍ତମାନ ସୁଦ୍ଧା ୭୨ ଜଣ ବିଶିଷ୍ଟ ବୈଜ୍ଞାନିକ ଓ ୭ ଜଣ ନୋବେଲ ପୁରସ୍କାର ବିଜେତାଙ୍କୁ ପ୍ରଦାନ କରାଯାଇଛି । ୟୁନେସ୍କୋର ବଦାନ୍ୟତା ଯୋଗୁ ଏହି ପୁରସ୍କାର ଆନ୍ତର୍ଜାତୀୟ ମାନ୍ୟତା ଲାଭ କରିଥିଲା । ୧୯୫୧ ମସିହାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଏହି ପୁରସ୍କାର ବିଜ୍ଞାନ ଓ ଗବେଷଣାକୁ  ଲୋକପ୍ରିୟ କରିବାକୁ ଆରମ୍ଭ କରିଥିଲେ । କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ପ୍ରସାଦ ନିଜେ ଏହି ଘଟଣାରେ ହସ୍ତକ୍ଷେପ କରି ପୁରସ୍କାରକୁ ପୁଣି ଲାଗୁ କରିବାକୁ ଅନୁରୋଧ କରିଛନ୍ତି ନବୀନ । ଓଡ଼ିଶାର ଗର୍ବ ଓ ସ୍ୱାଭିମାନ ହେଉଛି କଳିଙ୍ଗ ପୁରସ୍କାର। କଳିଙ୍ଗ ପୁରସ୍କାର ଅନୁଦାନ ବନ୍ଦ କରିଛି କେନ୍ଦ୍ର। ଏହି ପୁରସ୍କାର ବନ୍ଦ କରି ମିଛ ଓଡ଼ିଆ ଅସ୍ମିତାର ପ୍ରମାଣ ଦେଇଛି ବିଜେପି ସରକାର। ସାଧାରଣରେ ଏହାକୁ ନେଇ ବଢ଼ୁଛି ତୀବ୍ର ଅସନ୍ତୋଷ। ଓଡ଼ିଶା ସରକାର ସବୁ ଜାଣି ନିରବ ରହିଛନ୍ତି ବିଜେପି ସରକାର। ଏପରିକି କଳିଙ୍ଗ ପୁରସ୍କାରକୁ ଅନୁଦାନ ବନ୍ଦ ନେଇ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମଧ୍ୟ ପ୍ରକାଶ ପାଉନାହିଁ।