ହାଇଦ୍ରାବାଦରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ

ନନ୍ଦିଘୋଷ ବ୍ୟୁରୋ: ହାଇଦ୍ରାବାଦରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ । କୁମାରପଡାର ପହଲ୍ଲାଦ ନାଏକ ଦୁଇ ମାସ ତଳେ ଗାଁ ଲୋକଙ୍କ ସହ ହାଇଦ୍ରାବାଦକୁ ଦାଦନ ଖଟି ଯାଇଥିଲେ। ସେଠାରେ ଏକ କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିବା ବେଳେ ଗୁରୁବାର ଦିନ ତାଙ୍କର ମୃତ୍ୟୁ ହୋଇଥିଲା । ପରିବାର ଲୋକେ ହାଇଦ୍ରାବାଦ ପହଞ୍ଚି ଏକ ଆମ୍ବୁଲାନ୍ସ ଯୋଗେ ନିଜ ଖର୍ଚ୍ଚରେ ମୃତଦେହ ଗାଁକୁ ଆଣିଥିଲେ । ମୃତଦେହ ପହଞ୍ଚିବା ପରେ ପରିବାର ଓ ଗାଁରେ ସୃଷ୍ଟି ହୋଇଥିଲା ଶୋକାକୂଳ ପରିବେଶ । ପହଲ୍ଲାଦଙ୍କ ପରିବାର ମାଟି ତିଆରି ସାମଗ୍ରୀ କରି ଜୀବନ ଅତିବାହିତ କରନ୍ତି । ଅନ୍ୟପକ୍ଷରେ ସେ ଯେଉଁ କମ୍ପାନୀରେ କାମ କରୁଥିଲେ ସେ କୋଣସି କ୍ଷତିପୂରଣ କିମ୍ବା ସହାୟତା ଦେଇନାହିଁ । ତେଣୁ ଜିଲ୍ଲା ପ୍ରଶାସନ ଏ ଦିଗରେ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ଶୋକକୁଳ ପରିବାର କୁ କ୍ଷତିପୂରଣ ଯୋଗାଇଦେବାକୁ ଦାବି ହୋଇଛି ।