ଦିଲ୍ଲୀରେ ଲଗାଣ ବର୍ଷା; ଡ୍ରେନରେ ଗଲା ମହିଳା ଓ ଶିଶୁଙ୍କ ଜୀବନ

1 min read

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ ପ୍ରବଳ ବର୍ଷା ଯୋଗୁ ଅନେକ ଅଞ୍ଚଳ ଜଳବନ୍ଦୀ ହୋଇଛି। ଦିଲ୍ଲୀରେ ଏକ ଡ୍ରେନରେ ପଡିଯାଇ ୨ ଜଣଙ୍କର ମୃତ୍ୟୁ ହୋଇଛି । ବର୍ଷା ଯୋଗୁ ଦିଲ୍ଲୀରେ ଟ୍ରାଫିକ ସମସ୍ୟା ଦେଖାଦେଇଛି । ରାସ୍ତାରେ ଅଟକି ରହିଛି ଶହ ଶହ ଗାଡି। ବିଭିନ୍ନ ଘଟଣାରେ ଦିଲ୍ଲୀରେ ୨ ଜଣ ଓ ଗୁରୁଗ୍ରାମରେ ୩ ଜଣ ପ୍ରାଣ ହରାଇଛନ୍ତି। ବହୁ ରାସ୍ତାରେ ପାଣି ଜମିବା ଯୋଗୁ ଜୀବନ ଯାତ୍ରା ବ୍ଯାହତ ହୋଇଛି।

ଦିଲ୍ଲୀରେ ଏକ ଡ୍ରେନରେ ପଡିଯାଇ ଜଣେ ମହିଳା ଓ ଜଣେ ଶିଶୁଙ୍କ ପ୍ରାଣହାନି ଘଟିଛି। ଗୁରୁଗ୍ରାମରେ ବିଦ୍ଯୁତ ଆଘାତରେ ୩ ଜଣ ପ୍ରାଣ ହରାଇଛନ୍ତି। ବର୍ଷା ଯୋଗୁ ବିମାନ ଯାତ୍ରା ପ୍ରଭାବିତ ହୋଇଛି। କେତେକ ବିମାନକୁ ଜୟପୁର ଓ ଲକ୍ଷ୍ମୌ ଅଭିମୁଖେ ଗତିପଥ ପରିବର୍ତ୍ତନ କରାଯାଇଛି। ପ୍ରବଳ ବର୍ଷା ଯୋଗୁ ଆଜି ଦିଲ୍ଲୀର ସମସ୍ତ ସ୍କୁଲକୁ ବନ୍ଦ ଘୋଷଣା କରାଯାଇଛି। ସେପଟେ ପ୍ରବଳ ବର୍ଷା ଆଶଙ୍କା ରହିଥିବାରୁ ଦିଲ୍ଲୀରେ ରେଡଆଲର୍ଟ ଜାରି କରାଯାଇଛି। ଅଗଷ୍ଟ ୫ ଯାଏ ରାଜଧାନୀରେ ବର୍ଷା ତାଣ୍ଡବ ଆଶଙ୍କା ଥିବା ସୂଚନା ମିଳିଛି।