spot_img

Latest Posts

ଏଣିକି ବର୍ଷ ସରିବା ସହ ସରିବ ପଦୋନ୍ନତି ପ୍ରକ୍ରିୟା, ନୂଆ ବର୍ଷରେ ମିଳିବ ପଦୋନ୍ନତି: ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ଏଣିକି ନିର୍ଦ୍ଦାରିତ ସମୟରେ ପଦୋନ୍ନତି ପାଇବେ ଯୋଗ୍ୟ ସରକାରୀ କର୍ମଚାରୀ । ଜିଲ୍ଲା, ବିଭାଗୀୟ ମୁଖ୍ୟ ଏବଂ ରାଜ୍ୟସ୍ତରୀୟ ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ ବିଭାଗରେ ପଦୋନ୍ନତି ଅପେକ୍ଷାରେ ଥିବା ଅଧିକାରୀ ଓ କର୍ମଚାରୀମାନଙ୍କ ପଦୋନ୍ନତି ପ୍ରକ୍ରିୟା ଡିସେମ୍ୱର ୩୧ ତାରିଖ ସୁଦ୍ଧା ଶେଷ କରାଯାଇ ଜାନୁଆରୀ ୧ ତାରିଖ ସୁଦ୍ଧା ପଦୋନ୍ନତି ଯୋଗ୍ୟ ସମସ୍ତ କର୍ମଚାରୀ ଏବଂ ଅଧିକାରୀମାନଙ୍କୁ ପଦୋନ୍ନତି ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଡିସେମ୍ୱର ୩୧ ତାରିଖ ସନ୍ଧ୍ୟା ସୁଦ୍ଧା ଏ ସମ୍ପର୍କରେ ଅନୁପାଳନ, ମୁଖ୍ୟ ସଚିବଙ୍କ ନିକଟକୁ ପ୍ରେରଣ କରିବା ପାଇଁ ସମସ୍ତ ବିଭାଗ, ବିଭାଗୀୟ ମୁଖ୍ୟ ଏବଂ ଜିଲ୍ଳାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପଦୋନ୍ନତି କ୍ଷେତ୍ରରେ ନିମ୍ନ ଓ ମଧ୍ୟମ ବର୍ଗର କର୍ମଚାରୀମାନଙ୍କ କ୍ଷେତ୍ରରେ ହେଉଥିବା ଅଯଥା ବିଳମ୍ୱ, ହଇରାଣ ହରକତ ତଥା ଅସାଧୁ ଉପାୟ ଅବଲମ୍ୱନ ହେଉଥିବା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିବା ସହିତ ଯଥା ସମୟରେ ସମ୍ପୂଣ୍ଣ ସ୍ୱଚ୍ଛତାର ସହ ଅଧିକାରୀମାନଙ୍କୁ ପଦୋନ୍ନତି ଦିଆଯାଉ ବୋଲି ଆଗ୍ରହ ପ୍ରକାଶ କରିଛନ୍ତି ।

ପଦୋନ୍ନତି ଅପେକ୍ଷାରେ ଥିବା କୌଣସି ଯୋଗ୍ୟ ଅଧିକାରୀ କିମ୍ୱା କର୍ମଚାରୀ ଯେପରି ନିଜ ପଦୋନ୍ନତି ପାଇଁ ହଇରାଣ ନହେବେ ସେଥିପ୍ରତି ପ୍ରଚଳିତ ବ୍ୟବସ୍ଥାରେ ଆବଶ୍ୟକୀୟ ପରିବର୍ତ୍ତନ ଓ ଶୃଙ୍ଖଳା ଆଣାଯିବା ପାଇଁ ପରାମର୍ଶ ଦେଇଛନ୍ତି । ଏଥିସହିତ ଅହେତୁକ ବିଳମ୍ୱ କ୍ଷେତ୍ରରେ ସମ୍ପୃକ୍ତ ମୁଖ୍ୟମାନଙ୍କୁ ଦାୟୀ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରିଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, 5-Tର ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଭାବରେ ଦାୟିତ୍ୱ ନିର୍ବାହ କରୁଥିବା ସରକାରୀ କର୍ମଚାରୀଙ୍କୁ HRMS ସୁବିଧା ଥାଇ ପଦୋନ୍ନତି ଦେବା କ୍ଷେତ୍ରରେ ଅହେତୁକ ବିଳମ୍ୱ ଘଟୁଥିବାରୁ ଆବଶ୍ୟକସ୍ଥଳେ ଏଥିରେ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ କରାଯାଇ ଠିକ୍‌ ସମୟରେ ପଦୋନ୍ନତି ଦିଆଗଲେ ଟିମ୍‌ ଓ୍ୱାର୍କ ପାଇଁ କର୍ମଚାରୀ ଉତ୍ସାହିତ ହେବେ ବୋଲି ମୁଖ୍ୟମନ୍ତ୍ରୀ ମତ ପ୍ରକାଶ କରିଛନ୍ତି ।

Latest Posts

Don't Miss