ଲଗାଣ ବର୍ଷାରେ କାନ୍ଥ ଭୁଶୁଡ଼ି ଗୋଟିଏ ପରିବାରର ୫ ଆହତ

ସୁବର୍ଣ୍ଣପୁର: ଲଗାଣ ବର୍ଷାରେ କାନ୍ଥ ଭୁଶୁଡ଼ି ଗୋଟିଏ ପରିବାରର ୫ ଆହତ। ଆହତଙ୍କ ମଧ୍ଯରେ ଅଛନ୍ତି ଦମ୍ପତି, ୨ ଶିଶୁପୁତ୍ର ଓ ଜଣେ ଝିଅ। ଆହତଙ୍କୁ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଡାହୁକବୁଡ଼ ଗାଁରେ ଘଟିଛି ଅଘଟଣ । ଗତକାଲି ବିଳମ୍ବିତ ରାତ୍ରିରେ ପରିବାର ଶୋଇଥିବା ବେଳେ ଘର କାନ୍ଥ ଭୁଶୁଡି ପଡିଥିଲା। ଆହତଙ୍କୁ ଗାଁ ଲୋକେ ଉଦ୍ଧାର କରି ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରିଛନ୍ତି । ଆହତମାନେ ହେଲେ ସୁଶୀଲ ପଧାନ, ବାସ୍ତୁରୀ ପଧାନ, ରୀତିକା ପଧାନ, କ୍ରିଷ ପଧାନ ଓ କୌର ପ୍ରଧାନ।