ରାଜ୍ୟରେ ନାହିଁ ବନ୍ୟା ସ୍ଥିତି; ଜଳ ସମ୍ପଦ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର: ରାଜ୍ୟରେ ସାମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ଜଳ ସମ୍ପଦ ବିଭାଗ ମୁଖ୍ୟ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଏବେ କମିଛି ବର୍ଷା। ରାଜ୍ୟରେ ବନ୍ୟାର ସ୍ଥିତି ନାହିଁ। ମହାନଦୀ ଉପର ମୁଣ୍ଡରେ କମୁଛି ଜଳ ସ୍ତର। ହୀରାକୁଦରେ ଦୁଇଟି ଗେଟ ବନ୍ଦ କରାଯାଇଛି। ସ୍ଥିତି ଦେଖି ଆଗକୁ ଗେଟ ବନ୍ଦ କରାଯିବ। ଏବେ ୧ ଲକ୍ଷ ୭୦ ହଜାର କ୍ୟୁସେକ ଜଳ ଇନ ଫ୍ଲୋ ଥିବା ବେଳେ ୩ ଲକ୍ଷ ୩୦ ହଜାର କ୍ୟୁସେକ ଜଳ ଆଉଟ ଫ୍ଲୋ ରହିଛି। ମୁଣ୍ଡଳୀରେ ପିକ ସମୟରେରେ ୪ ଲକ୍ଷ ୮୫ ହଜାର କ୍ୟୁସେକ ଜଳ ପ୍ରବାହିତ ହେଲା। ଏବେ ୪ ଲକ୍ଷ ୩୫ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି। ଆଗକୁ ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ। ଆଜି ୧୧ ଟାରେ ଲୋୟର ଇନ୍ଦ୍ରର ଦୁଇଟି ଗେଟ ଖୋଲାଯାଇଛି। ଗତକାଲି ମୁଖ୍ୟ ଶାସନ ସଚିବଙ୍କ ସହ ବନ୍ୟା ସ୍ଥିତି ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଥିଲା। ବନ୍ୟା ପାଇଁ ସତର୍କ ରହିବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ଭକ୍ତ ରଞ୍ଜନ ମହାନ୍ତି ।