spot_img

Latest Posts

ଆଜି ଐତିହାସିକ କାରଗିଲ ବିଜୟ ଦିବସ

ନୂଆଦିଲ୍ଲୀ : କାରଗିଲ ବିଜୟ ଦିବସରେ ପାକିସ୍ତାନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସିଧାସଳଖ ଚେତାବନୀ । କାରଗିଲ ଯୁଦ୍ଧର ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ମୋଦି କହିଛନ୍ତି, ପାକିସ୍ତାନ ଏପର୍ଯ୍ଯନ୍ତ ଇତିହାସରୁ କିଛି ଶିକ୍ଷା ପାଇନାହିଁ। ଆଗରୁ ବି ତାର ମନ୍ଦ ଉଦ୍ଦେଶ୍ଯ ଫେଲ ମାରିଛି। ଏବେ ମଧ୍ଯ ସେ ଆତଙ୍କବାଦ ଜରିଆରେ ଛାୟାଯୁଦ୍ଧ ଚଳାଇଛି। କିନ୍ତୁ ଆତଙ୍କବାଦୀଙ୍କ ସର୍ଦ୍ଦାରଙ୍କୁ, ଆତଙ୍କବାଦକୁ ସମର୍ଥନ କରୁଥିବା ଲୋକଙ୍କୁ ମୁଁ କହି ରଖୁଛି, ସେମାନଙ୍କର ଷଡ଼ଯନ୍ତ୍ର କେବେ ବି ସଫଳ ହେବନି। ଆମର ସେନା ଦୃଢ଼ ହସ୍ତରେ ଆତଙ୍କବାଦକୁ ଖତମ୍ କରିବ। ଶତ୍ରୁକୁ କଡ଼ା ଜବାବ ଦିଆଯିବ ବୋଲି ପାକିସ୍ତାନକୁ ସିଧାସଳଖ ଚେତାବନୀ ଦେଇଛନ୍ତି ମୋଦି।ଲଦାଖ ଗସ୍ତରେ ଯାଇ କାରଗିଲ ୱାର ମେମୋରିଆଲରେ ଏହା କହିଛନ୍ତି ମୋଦି।

୧୯୯୯ ଜୁଲାଇ ୨୬ ତାରିଖରେ କାର୍ଗିଲ ଯୁଦ୍ଧରେ ବିଜୟ ଘୋଷଣା କରିଥିଲା ଭାରତ। ଭାରତୀୟ ସୀମା ଭିତରକୁ ପଶି ଆସିଥିଲେ ପାକିସ୍ତାନ ସେନା। ଭଡ଼ାଟିଆ ସୈନ୍ଯଙ୍କ ସହିତ ସେମାନେ ଭାରତର ସୀମାକୁ ଆଡ୍ଡା ଜମାଇଥିଲେ। ତତ୍କାଳୀନ ସେନା ମୁଖ୍ଯ ଜେନେରାଲ ପରଭେଜ ମୁଶାରଫ ଥିଲେ ଏହାର ମାଷ୍ଟର ମାଇଣ୍ଡ । ପ୍ରଥମେ ପାକିସ୍ତାନ ସେନା କହିଥିଲା, ଏଥିର ତାର ହାତ ନାହିଁ । ପରେ କିନ୍ତୁ ସବୁ ଜଣାପଡ଼ିଥିଲା। ପ୍ରାୟ ଅଢ଼େଇ ମାସର କାର୍ଗିଲ ଯୁଦ୍ଧ ପରେ ପାକିସ୍ତାନ ସେନାଙ୍କୁ ତଡ଼ି ନିଜ ସୀମାକୁ ସୁରକ୍ଷିତ ରଖିବାରେ ଭାରତ ସଫଳ ହୋଇଥିଲା। ସେହି ଦିନଠାରୁ ଜୁଲାଇ ୨୬କୁ ବିଜୟ ଦିବସ ରୂପେ ପାଳନ କରାଯାଉଛି। ଆଜି ବିଭିନ୍ନ ସ୍ଥାନରେ ସହିଦଙ୍କୁ ଦିଆଯାଇଛି ଶ୍ରଦ୍ଧାଞ୍ଜଳି।

Latest Posts

Don't Miss