୧୪୮ ବର୍ଷରେ ଗୁଜୁରାଟ ରଥଯାତ୍ରା, ୨୨ ହଜାରରୁ ଊର୍ଦ୍ଧ୍ବ ସୁରକ୍ଷାକର୍ମୀ ମୁତୟନ
ଅହମ୍ମଦାବାଦ: ଗୁଜୁରାଟର ଅହମ୍ମଦାବାଦରେ ବି ରଥଯାତ୍ରା ଫିଭର । ୧୪୭ତମ ରଥଯାତ୍ରା ଅହମ୍ମଦାବାଦରେ ପାଳନ ହୋଇଛି । ମୁଖ୍ୟମନ୍ତ୍ରୀ ଓ ଅନ୍ୟାନ୍ୟ ମନ୍ତ୍ରୀ ରଥାରୂଢ ଠାକୁରଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି । ପରମ୍ପରା ଅନୁସାରେ ୪୦୦ ବର୍ଷ ପୁରୁଣା ଜଗନ୍ନାଥ ମନ୍ଦିରରୁ ମହାପ୍ରଭୂ ରଥାରୂଢ ହୋଇ ଶୋଭାଯାତ୍ରାରେ ବାହାରିବେ । ଏହି ଶୋଭାଯାତ୍ରାରେ ୧୮ ସୁସଜ୍ଜିତ ହାତୀ, ୧୦୦ ଟ୍ରକ ଓ ୩୦ ଆଖଡା ସାମିଲ ହେବେ ।
ତିନି ଠାକୁରଙ୍କ ରଥ ଖଲାସୀ ସମ୍ପ୍ରଦାୟ ଟାଣିବେ ବୋଲି ପରମ୍ପରା ରହିଆସିଛି । ରଥରେ ମହାପ୍ରଭୁଙ୍କୁ ଦରପ୍ଶନ କରିବା ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ପାଖାପାଖି ୨୨ ହଜାରରୁ ଊର୍ଦ୍ଧ୍ବ ସୁରକ୍ଷାକର୍ମୀ ରଥଯାତ୍ରା ପାଇଁ ମୁତୟନ ହୋଇଛନ୍ତି । ଉତ୍ତର ପ୍ରଦେଶର ହାଥରସ ଭଳି ଅଘଟଣକୁ ରୋକିବାକୁ ପ୍ରଶାସନ ସମସ୍ତ ପ୍ରକାର ବ୍ୟବସ୍ଥା କରିଛି । ପୋଲିସ ୨୦ ଟି ଡ୍ରୋନ ସମେତ ବେଲୁନ କ୍ୟାମେରାର ବ୍ୟବହାର କରୁଛି ।
ରଥଟଣା ହେବାକୁ ଥିବା ସମସ୍ତ ରୁଟ୍ରେ ପ୍ରାୟ ୧୪୦୦ ରୁ ଊର୍ଦ୍ଧ୍ବ ସିସିଟିଭି କ୍ୟାମେରାର ବ୍ୟବହାର କରୁଛି ଗୁଜୁରାଟ ପୋଲିସ ।