ଅଧିନାୟକ ଭାବେ କେତେ ସଫଳତା ପାଇବେ ଗିଲ୍ ?

1 min read

ନନ୍ଦିଘୋଷ ବ୍ୟୁରୋ: ଜିମ୍ବାଓ୍ବେ ବିପକ୍ଷରେ ଭାରତର ଟି-୨୦ ସିରିଜରେ ଅଧିନାୟକ ପଦ ସମ୍ଭାଳିବେ ଶୁଭମନ ଗିଲ୍ । ଅଳ୍ପ ବୟସରେ ବହୁ ସଫଳତା ଅର୍ଜନ କରିଥିବା ଗିଲ ଆନ୍ତର୍ଜାତୀୟ କ୍ରିକେଟରେ ଅଧିନାୟକ ଭାବେ ଏକ ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି । ଆଇପିଏଲରେ ଅଧିନାୟକଭାବେ ଅଭିଜ୍ଞତା ରଖିଥିବା ଗିଲ୍ ଭାରତୀୟ ଦଳର ଭାର ସମ୍ଭାଳି କେତେ ସଫଳତା ହାସଲ କରିବେ ତାକୁ ନେଇ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଆଗ୍ରହ ଉତ୍କଣ୍ଠା ରହିଛି । ତେବେ ରୋହିତ ଶର୍ମା, ବିରାଟ କୋହଲି ଏବଂ ଜାଡେଜାଙ୍କ ଭଳି ଅଭିଜ୍ଞ ଖେଳାଳିମାନେ ଟି-୨୦ ଅବସର ଘୋଷଣା କରିବା ପରେ ଏବେ ଯୁବ ଖେଳାଳିଙ୍କ ଉପରେ ନଜର ରହିଛି । ଏଭଳି ଏକ ସମୟରେ ରୋହିତଙ୍କ ସ୍ଥାନରେ ଟି-୨୦ରେ ଭାରତୀୟ ଦଳର ଅଧିନାୟକ ଭାବେ କିଏ ପଦ ସମ୍ଭାଳିବେ ତାକୁ ନେଇ ଚର୍ଚ୍ଚା ହେଉଥିବାବେଳେ ଗିଲଙ୍କ ପାଖରେ ଏକ ସୁଯୋଗ ରହିଛି । ଯଦି ସେ ସଫଳ ହୁଅନ୍ତି ଟି-୨୦ରେ ସେ ମଧ୍ୟ ଦାବିଦାର ରହିବେ ।

ଗୁଜୁରାଟ ଜାଏଣ୍ଟର ଅଧିନାୟକ ଭାବେ ଶୁଭମନ ଗିଲ ପଦ ସମ୍ଭାଳିଛନ୍ତି । ଏବେ ଆନ୍ତର୍ଜାତୀୟ କ୍ରିକେଟରେ ଅଧିନାୟକ ପଦ ସମ୍ଭାଳିବାର ସୁଯୋଗ ମିଳିଛି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ପ୍ରଥମ ଦାବିଦାର ଭାବେ କ୍ରିଡ଼ାପ୍ରେମୀମାନେ କହୁଥିବାବେଳେ ସେ ଅଧିକାଂଶ ସମୟରେ ଆହତ କାରଣରୁ ବାହାରେ ରହିଥାନ୍ତି । ଯାହାର ଫାଇଦା ମଧ୍ୟ ଗିଲଙ୍କୁ ମିଳିପାରେ । ସେପଟେ ଜଶପ୍ରୀତ ବୁମରା ମଧ୍ୟ ଅଧିନାୟକଭାବେ ଦାବିଦାର ରହିଛନ୍ତି ।