spot_img

Latest Posts

ମେଡିକାଲ ବୋର୍ଡ ସହ ପରାମର୍ଶ ପ୍ରସଙ୍ଗ, ଆଜି ଅରବିନ୍ଦ କେଜ୍ରିୱାଲଙ୍କ ଶୁଣାଣି

ନୂଆଦିଲ୍ଲୀ: ମେଡିକାଲ ବୋର୍ଡ ସହ ପରାମର୍ଶ ବେଳେ ପାଖରେ ପତ୍ନୀ ସୁନୀତା କେଜ୍ରିୱାଲଙ୍କୁ ରହିବା ଲାଗି ଅନୁରୋଧ ପ୍ରସଙ୍ଗ। ଦିଲ୍ଲୀ ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପକ୍ଷରୁ କରାଯାଇଥିବା ଆବେଦନର ଆଜି ଶୁଣାଣି କରିବେ ଦିଲ୍ଲୀ କୋର୍ଟ। ଗତ ବୁଧବାର ଏହି ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ କରିଥିଲେ କୋର୍ଟ। କେଜ୍ରିୱାଲ କହିଥିଲେ- ମାନବିକତା ଦୃଷ୍ଟିରୁ ମେଡିକାଲ ବୋର୍ଡ ସହ ପରାମର୍ଶ ବେଳେ ପତ୍ନୀ ସୁନୀତା ଉପସ୍ଥିତ ରୁହନ୍ତୁ।

ପୂର୍ବରୁ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ କେଜ୍ରିୱାଲଙ୍କ ସ୍ବାସ୍ଥ୍ୟର ଯାଞ୍ଚ ଲାଗି ଗଠନ କରାଯାଇଥିଲା ମେଡିକାଲ ବୋର୍ଡ। ତେବେ କେଜ୍ରିୱାଲଙ୍କ ଏହି ଅନୁରୋଧ ବିରୋଧରେ କୋର୍ଟରେ ଆବେଦନ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଇଡି ଦର୍ଶାଇଥିଲା ଏଥିନିମନ୍ତେ ମେଡିକାଲ ସଂକ୍ରାନ୍ତ ତଥ୍ଯାବଳୀ ଦରକାର ଏବଂ ଏକ୍ଷେତ୍ରରେ କେତେକ ନିର୍ଦ୍ଦିଷ୍ଟ ପ୍ରୋଟକଲର ଆବଶ୍ଯକତା ରହିଛି। କେଜ୍ରିୱାଲଙ୍କ ଓକିଲ ଦର୍ଶାଇଥିଲେ ସ୍ବାସ୍ଥ୍ଯଗତ ଗୁରୁତ୍ବ ଦୃଷ୍ଟିରୁ ସୁନୀତାଙ୍କୁ ମେଡିକାଲ ବୋର୍ଡ ଯାଞ୍ଚ ବେଳେ ତାଙ୍କୁ ରହିବାକୁ ଅନୁମତି ଦିଆଯାଉ। ପୂର୍ବରୁ କେଜ୍ରିୱାଲଙ୍କ ବିଚାର ବିଭାଗୀୟ ହେପାଜତ ଅବଧି ଜୁଲାଇ ୧୨ ଯାଏ ରହିଛି।

Latest Posts

Don't Miss