spot_img

Latest Posts

ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ

ନନ୍ଦିଘୋଷ ବ୍ୟୁରୋ: ନରେନ୍ଦ୍ର ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି। ବାଚସ୍ପତି ନିର୍ବାଚନରେ ଓମ ବିର୍ଲାଙ୍କ ବିଜୟ ପରେ ତାଙ୍କୁ ବାଚସ୍ପତିଙ୍କ ଆସନ ଯାଏ ପାଛୋଟି ଆଣିବାକୁ ତାଙ୍କ ପାଖକୁ ଯାଇଥିଲେ ଉଭୟ ମୋଦି ଓ ରାହୁଲ । ସେହି ସମୟରେ ଉଭୟେ ପରସ୍ପର ସହିତ ହାତ ମିଳାଇଥିଲେ । ଲୋକସଭାରେ ଆଜି ଏହି ଅପୂର୍ବ ଦୃଶ୍ଯ ଦେଖିବାକୁ ମିଳିଥିଲା। ଓମ୍ ବିର୍ଲାଙ୍କୁ ରାହୁଲ ଓ ମୋଦି ଏକାଠି ବାଚସ୍ପତିଙ୍କ ଆସନ ପର୍ଯ୍ଯନ୍ତ ପାଛୋଟି ଆଣିଥିଲେ। ଏହା ଆଗରୁ ପ୍ରାୟ ୬ ବର୍ଷ ତଳେ ଏମିତି ଆଉ ଏକ ରୋଚକ ଦୃଶ୍ଯ ଦେଖିବାକୁ ମିଳିଥିଲା ଲୋକସଭା ଭିତରେ। ୨୦୧୮ ଜୁଲାଇ ୧୮ ତାରିଖରେ ଗୃହ ଭିତରେ ହିଁ ମୋଦିଙ୍କୁ କୁଣ୍ଡାଇ ପକାଇଥିଲେ ରାହୁଲ। ସେତେବେଳେ ମୋଦି ସରକାର ବିରୋଧରେ ଆସିଥିଲା ଅନାସ୍ଥା ପ୍ରସ୍ତାବ। ଭାଷଣ ଦେବା ପରେ ମୋଦିଙ୍କ ପାଖକୁ ଆସି ତାଙ୍କୁ ପୁରା କୁଣ୍ଡାଇ ପକାଇଥିଲେ ରାହୁଲ ଗାନ୍ଧି । ଦେଶରେ ବିଦ୍ବେଷର ପରିବେଶ ସୃଷ୍ଟି କରାଯାଉଥିବାର ଅଭିଯୋଗ କରି ଏହାକୁ ସଦଭାବରେ ପରିଣତ କରିବେ କହି ମୋଦିଙ୍କ ପାଖକୁ ଚାଲି ଆସିଥିଲେ ରାହୁଲ ଏବଂ ମୋଦିଙ୍କୁ କୁଣ୍ଡାଇ ପକାଇଥିଲେ। ସେତେବେଳେ ଏହା ବେଶ ରୋଚକ ପରିବେଶ ସୃଷ୍ଟି କରିଥିଲା।

Latest Posts

Don't Miss