ଉଦ୍ଧାର ହେଲେ ଅପହୃତ ଯୁବ ଡାକ୍ତର ଅମ୍ଲାନ କୁମାର ଭୋଇ

ନନ୍ଦିଘୋଷ ବ୍ୟୁରୋ: ଉଦ୍ଧାର ହେଲେ ଅପହୃତ ଯୁବ ଡାକ୍ତର ଅମ୍ଲାନ କୁମାର ଭୋଇ । ଏ ନେଇ ସୂଚନା ଦେଇଛନ୍ତି ମାଲକାନଗିରି ଏସପି । ସେ ସୁରକ୍ଷିତ ଏବଂ ସ୍ବାଭାବିକ ଅଛନ୍ତି । ତାଙ୍କୁ କର୍ଣ୍ଣାଟକରେ ଠାବ କରାଯାଇ ମାଲକାନଗିରି ଅଣାଯାଉଛି ବୋଲ ଏସପି କହିଛନ୍ତି । ଦୁଇ ଦିନ ତଳେ ମାଲକାନଗିରି ଜିଲ୍ଲା କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଅମ୍ଳାନ କୁମାର ଭୋଇ ନିଖୋଜ  ହୋଇଯାଇଥିବା ନେଇ ଅଭିଯୋଗ ହୋଇଥିଲା । ତେବେ ତାଙ୍କୁ କର୍ଣ୍ଣାଟକରୁ ଉଦ୍ଧାର କରାଯାଇଛି । କିନ୍ତୁ କାହିଁକି ଏବଂ କିଏ ତାଙ୍କୁ ଅପହରଣ କରିଥିଲା ସେ ନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଡାକ୍ତର ରହୁଥିବା ସରକାର କ୍ଵାର୍ଟର୍ସରୁ ମାଓବାଦୀଙ୍କ ନାଁରେ ଲେଖାଥିବା ଏକ ଚିଠି ମିଳିଥିଲା । ତେଣୁ ଅପହରଣ ପଛରେ ମାଓବାଦୀଙ୍କ ହାତ ଥିବା ମଧ୍ଯ ସନ୍ଦେହ କରାଯାଉଛି । ସବୁ ଘଟଣାକୁ ଦୃଷ୍ଟିରେ ରଖି ସମସ୍ତ ଦିଗକୁ ନେଇ ଯାଞ୍ଚ୍ କରିବା ସହ ଖୁବଶୀଘ୍ର ଏହାର ସମାଧାନ କରିବା ନେଇ ଆଶାପ୍ରକଟ କରିଛନ୍ତି ମାଲକାନଗିରି ଏସପି। ଘଟଣାରେ ଡାକ୍ତରଙ୍କ ନିଖୋଜ ନେଇ ଏତଲା ଦିଆଯାଇଥିବା ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକତ୍ସାଧିକାରୀ କହିଛନ୍ତି । ପୋଲିସକୁ ସମସ୍ତ ପ୍ରକାର ସହଯୋଗ କରାଯାଉଛି । ଅମ୍ଳାନ ଭୋଇଙ୍କ ପରିବାର ମାଲକାନଗିରି ଆସୁଥିବା ସୂଚନା ମିଳିଛି।