ଗାଙ୍ଗୁଲି କହିଲେ ଟିମ୍ ଇଣ୍ଡିଆକୁ ଦରକାର କେମିତିକା କୋଚ୍

1 min read

ନନ୍ଦିଘୋଷ ବ୍ୟୁରୋ: ଟି-୨୦ ବିଶ୍ବକପ ଖେଳିବା ପାଇଁ ଭାରତୀୟ ଦଳ ଏବେ ଆମେରିକାରେ ରହିଥିବାବେଳେ ପରବର୍ତ୍ତୀ କୋଚ କିଏ ହେବେ ତାକୁ ନେଇ ଚର୍ଚ୍ଚା ଜାରି ରହିଛି । ତେବେ ଗୌତମ ଗମ୍ଭୀରଙ୍କ ଅଧିକାଂଶ ପ୍ରଶଂସକଙ୍କ ପ୍ରିୟ ହୋଇଥିବାବେଳେ ତାଙ୍କୁ ଏହି ଗୁରୁ ଦାୟିତ୍ବ ଦିଆଯିବ ବୋଲି ଚର୍ଚ୍ଚା ହେଉଛି । ତେବେ ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲଙ୍କୁ ଏକ ସାକ୍ଷାତକାର ବିଭିନ୍ନ ପ୍ରଶ୍ନ କରାଯାଇଥିଲା । ଟିମ ଇଣ୍ଡିଆର କୋଚ ଜଣେ ବିଦେଶୀ ହେଲେ ଭଲ ନାଁ ଭାରତୀୟ? ତେବେ ଆପଣଙ୍କ ପ୍ରଥମ ପସନ୍ଦ କିଏ?

ତେବେ ସୌରଭ ଗଙ୍ଗୁଲି କହିଛନ୍ତି କି, ଜଣେ ଭାରତୀୟ ପ୍ରଶିକ୍ଷକ ଟିମ ଇଣ୍ଡିଆର ପ୍ରଶିକ୍ଷଣ ଭାର ସମ୍ଭାଳିବା ଉଚିତ । ତେବେ ଗୌତମ ଗମ୍ଭୀର ତାଙ୍କର ପ୍ରଥମ ପସନ୍ଦ ବୋଲି ସେ କହିଛନ୍ତି । ଯଦିଓ ଗମ୍ଭୀର ଏଯାବତ କୌଣସି ଦଳର କୋଚିଂ ଦେଇ ନାହାନ୍ତି । ତଥାପି ଆଇପିଏଲରେ ମେଣ୍ଟରଭାବେ ଭଲ ଦାୟିତ୍ବ ତୁଲାଇଛନ୍ତି । ୨୦୨୨ ଏବଂ ୨୩ରେ ଲକ୍ଷ୍ନୌ ସୁପର ଜାଏଣ୍ଟର ମେଣ୍ଟରଭାବେ କାମ ଦାୟିତ୍ବ ତୁଲାଇଥିବାବେଳେ ଦଳ ପ୍ଲେଅଫରେ ସ୍ଥାନ ପକ୍କା କରିଥିଲା । ଚଳିତ ସିଜିନରେ କେକେଆରର ମେଣ୍ଟର ରହିଥିବାବାବେଳେ ଦଳ ଚାମ୍ପିୟନ ହୋଇଛି । ଏଣୁ ସେ ଭଲଭାବେ ଦଳକୁ କୋଚିଂ ଦେଇପାରିବେ ବୋଲି କୁହାଯାଉଛି । ସେପଟେ ଜୟ ଶାହା ମଧ୍ୟ ଗମ୍ଭୀରଙ୍କ ସହ ଆଲୋଚନା କରିଥିବା କୁହାଯାଉଛି ।