spot_img

Latest Posts

ଜଳେଶ୍ବର ବିଜେପି ବିଧାୟକ ପ୍ରାର୍ଥୀ ବ୍ରଜମୋହନ ପ୍ରଧାନଙ୍କ ବିବାଦୀୟ ବୟାନ

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ଜଳେଶ୍ବରର ବିଜେପି ବିଧାୟକ ପ୍ରାର୍ଥୀ ବ୍ରଜମୋହନ ପ୍ରଧାନଙ୍କ ବିବାଦୀୟ ବୟାନ। ଏକ ନିର୍ବାଚନୀ ସଭାରେ ସେ କହିଛନ୍ତି, ଗୋରୁ ବେପାରୀଙ୍କୁ ସେ ସାହାଯ୍ଯ କରିବେ। ଜିତିବା ପରେ ଗୋରୁ ବେପାରୀ ଆରାମରେ ପଶ୍ଚିମବଙ୍ଗକୁ ଗୋଚାଲାଣ କରିପାରିବେ। କାଦରାୟାଁ ବସ୍ତିରେ ହୋଇଥିବା ଏକ ସଭାରେ ସେ କହିଛନ୍ତି, ନିର୍ବାଚନରେ ସେ ଜିତିବା ପରେ କାଦରାୟାଁରୁ ପଶ୍ଚିମବଙ୍ଗର ସୁନାକଣିଆକୁ ଗୋଚାଲାଣରେ କିଛି ଅସୁବିଧା ହେବନି। କିଛି ଅସୁବିଧା ହେଲେ-ବ୍ରଜପ୍ରଧାନ ଆଗରେ ଠିଆ ହେବ। ସେ ଏକଥା ବି କହିଛନ୍ତି, ଗୋ ଚାଲାଣକାରୀଙ୍କ ବିରୋଧରେ ପୋଲିସ ଯେତେବେଳେ କାର୍ଯ୍ଯାନୁଷ୍ଠାନ ନିଏ, ବର୍ତ୍ତମାନର ବିଧାୟକ କିଛି କରନ୍ତି ନାହିଁ। ଏଠି ପ୍ରଶ୍ନ ଉଠୁଛି-ବେଆଇନ ଗୋ ଚାଲାଣକୁ ଖୋଲାଖୋଲି ସମର୍ଥନ କରୁଛନ୍ତି କି ବ୍ରଜ ପ୍ରଧାନ । ତୁଷ୍ଟୀକରଣ ରାଜନୀତି କରୁଛନ୍ତି କି। କିଛି ଲୋକଙ୍କ ଭୋଟ ହାତେଇବାକୁ ଗୋ ଚାଲାଣକୁ ସେ ସମର୍ଥନ କରୁଛନ୍ତି କି, ଗୋ ଚାଲାଣକାରୀଙ୍କୁ ସାହାଯ୍ୟ କରିବାକୁ ଖୋଲାଖୋଲି ଘୋଷଣା କରୁଛନ୍ତି। ଭୋଟ ହାତେଇବାକୁ ବିଜେପି କେଉଁ ସ୍ତରକୁ ଯାଏ, ଏହି ଭିଡିଓରୁ ତାହା ସ୍ପଷ୍ଟ ଭାବେ ଜଣାପଡୁଛି।

Latest Posts

Don't Miss