spot_img

Latest Posts

କେଶ ସହ ତ୍ବଚାର ସମସ୍ୟା ଦୂର କରିଥାଏ ମାଣ୍ତିଆ! ଏପରି କରନ୍ତୁ ବ୍ୟବହାର

କେଶ ସହ ତ୍ବଚାର ସମସ୍ୟା ଦୂର କରିଥାଏ ମାଣ୍ତିଆ

ନନ୍ଦିଘୋଷ ବ୍ୟୁରୋ: ଶରୀର ପାଇଁ ବେଶ ଲାଭଦାୟୀ ମାଣ୍ତିଆ । ପୁଷ୍ଟିକର ଖାଦ୍ୟ ଭାବେ ଜଣାଶୁଣା ଏହି ମାଣ୍ତିଆ ସ୍ବାସ୍ଥ୍ୟ ପାଇଁ ବେଶ ହିତକର ଅଟେ । ନିୟମିତ ଭାବେ ମାଣ୍ତିଆ ଖାଇବା ଦ୍ବାରା ପେଟ ଥଣ୍ତା ରହିଥାଏ । ଏଥିରେ ଡ଼ାଏଟାରୀ ଫାଇବର କ୍ୟାଲସିୟମ୍, ପ୍ରୋଟିନ୍ ଓ ପୋଟାସିୟମ୍ ସହ ପ୍ରଚୁର ପରିମାଣରେ ଆଇରନ୍ ରହିଥାଏ । ଏଥିରେ ଥିବା ପ୍ରୋଟିନ୍ ଓ ଫାଇବର ଓଜନ ହ୍ରାସ ପାଇଁ ବେଶ ସହାୟକ ହୋଇଥାଏ । ଏହା ସହିତ, ଏଥିରୁ ଅନେକ ପ୍ରକାରର ଆଣ୍ଟିଅକ୍ସିଡାଣ୍ଟ ମିଳିଥାଏ ଯେଉଁଥିରେ କର୍କଟ ବିରୋଧୀ ଗୁଣ ମଧ୍ୟ ଥାଏ। ହୃଦ୍ ରୋଗଠାରୁ ଆରମ୍ଭ କରି ମଧୁମେହ ଓ ମାଂସପେଶୀ ପାଇଁ ମାଣ୍ଡିଆ ଅତ୍ୟନ୍ତ ଲାଭଦାୟୀ ଅଟେ।

କେଶ ଓ ତ୍ୱଚା ପାଇଁ ମଧ୍ୟ ବେଶ ଉପକାରୀ…

ବର୍ତ୍ତମାନ ସମୟରେ କେଶ ଝଡ଼ିବା ଏକ ବଡ଼ ସମସ୍ୟା ଅଟେ । ତେବେ ମାଣ୍ତିଆର ବ୍ୟବହାର ଦ୍ବାରା ଏହାକୁ କମ୍ କରାଯାଇପାରିବ । ପ୍ରଥମେ ଏକ ପାତ୍ରରେ ମାଣ୍ଡିଆ ଗୁଣ୍ଡ ନିଅନ୍ତୁ । ଏଥିରେ କିଛି ଅଁଳା ପେଷ୍ଟ ପକାଇ ଭଲ ଭାବେ ଏହାକୁ ମିକ୍ସ କରି ନିଅନ୍ତୁ । ଏହାପରେ ଆବଶ୍ୟକ ଅନୁଯାୟୀ ମନ୍ଦାର ଫୁଲ ଆଣି ଏଥିରେ ପକାନ୍ତୁ । ପ୍ରସ୍ତୁତ ହୋଇଥିବା ପେଷ୍ଟକୁ ନିଜ କେଶ ମୂଳରେ ଲଗାଇବା ସହ ଧୀରେ ଧୀରେ ମସାଜ କରନ୍ତୁ । ୧୦ରୁ ୧୫ ମିନିଟ୍‌ ପରେ କେଶ ଧୋଇ ନିଅନ୍ତୁ ।

ସେହିପରି ତ୍ବଚାରେ ଚମକ ପାଇଁ ପ୍ରଥମେ ଦହିରେ ମାଣ୍ଡିଆ ପକାଇ ଅଳ୍ପ ସମୟ ପାଇଁ ତାହାକୁ ଭିଜେଇ କରି ରଖନ୍ତୁ । ମାଣ୍ଡିଆ ନରମ ହୋଇଯିବା ପରେ ଏହି ମିଶ୍ରଣକୁ ନିଜ ଚେହେରାରେ ଲଗାଇ ଧୀରେ ଧୀରେ ସ୍କ୍ରବ୍‌ କରନ୍ତୁ । ଏପରି ୧୫ରୁ ୨୦ ମିନିଟ୍ ପର୍ଯ୍ୟନ୍ତ କରନ୍ତୁ । ଏହା ପରେ ମୁହଁ ସଫା କରି ନିଅନ୍ତୁ ।

(Disclaimer: ଏହି ଆର୍ଟିକିଲରେଥିବା ସୂଚନା, ପଦ୍ଧତି ଓ ପରାମର୍ଶକୁ କାର୍ଯ୍ୟକାରୀ କରିବା ପୂର୍ବରୁ ଡାକ୍ତର କିମ୍ବା ସମ୍ପୃକ୍ତ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ ।)

Latest Posts

Don't Miss