କୋଲକାତା ଯିବାର ଥିଲା କିନ୍ତୁ ଗୌହାଟୀରେ ପହଞ୍ଚିଗଲେ କେକେଆର୍ ଟିମ୍
1 min readନୂଆଦିଲ୍ଲୀ : ଆଇପିଏଲରେ ଏବେ ନଂ ୧ରେ ରହିଛି ଟିମ୍ କୋଲକାତା ନାଇଟ ରାଇଡର୍ସ । ହେଲେ ଏବେ ଆଗାମୀ ମ୍ୟାଚ କୋଲକାତାରେ ଖେଳାଯିବାର ହୋଇଥିବା ବେଳେ ଟିମ୍ କିନ୍ତୁ ଗୌହାଟୀ ପହଞ୍ଚି ଯାଇଛି । କେକେଆରର ଚାଟାର୍ଡ ଫ୍ଲାଇଟ୍ କୋଲକାତାରେ ଲ୍ୟାଣ୍ଡ କରିବା ପରିବର୍ତ୍ତେ ଗୌହାଟୀରେ ଲ୍ୟାଣ୍ଡ କରିଛି , ଯାହାକୁ ନେଇ ଅନେକ ପ୍ରଶ୍ନ ଉଠୁଛି ।
ପ୍ରକୃତରେ ଲକ୍ଷ୍ନୌରୁ ଫେରିବା ସମୟରେ କୋଲକାତା ଟିମ୍ ସହ ଏପରି ଘଟଣା ହେଲା ଯେଉଁଥିପାଇଁ କୋଲକତାରେ ଲ୍ୟାଣ୍ଡ କରିବା ବଦଳରେ ୯୮୦ କିମି ଦୂରରେ ପ୍ଲେନ୍ ଅବତରଣ କରିଥିଲା । ସୂଚନା ଅନୁଯାୟୀ, ପାଗରେ ହଠାତ୍ ପରିବର୍ତ୍ତନ ଯୋଗୁଁ ଏବଂ ଖେଳାଳୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ଲେନକୁ ଗୌହାଟୀକୁ ଡାଇଭଟ୍ କରିବାକୁ ପଡିଥିଲା ।
Travel update: KKR's charter flight from Lucknow to Kolkata diverted to Guwahati due to bad weather ⛈️
Flight currently standing at the Guwahati Airport tarmac. More updates soon pic.twitter.com/XFPTHgM2FJ
— KolkataKnightRiders (@KKRiders) May 6, 2024