spot_img

Latest Posts

ବିଶାଳ ଶୋଭାଯାତ୍ରାରେ ଆସି ନାମାଙ୍କନ ଭରିଲେ ବାଲିଗୁଡ଼ା ବିଜେଡି ବିଧାୟକ ପ୍ରାର୍ଥୀ ଚକ୍ରମଣୀ କହଁର

ନନ୍ଦିଘୋଷ ବ୍ୟୁରୋ: କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ବିଜେଡ଼ିର ବିଶାଳ ଶୋଭାଯାତ୍ରା। ବିଶାଳ ଶୋଭାଯାତ୍ରାରେ ଆସି ନାମାଙ୍କନ ଭରିଲେ ବାଲିଗୁଡ଼ା ବିଧାୟକ ପ୍ରାର୍ଥୀ ଚକ୍ରମଣୀ କହଁର। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନପତ୍ର ଦାଖଲ କରିଛନ୍ତି। ଚକ୍ରମଣୀ କହଁରଙ୍କ ନାମାଙ୍କନ ପତ୍ର ଦାଖଲ ଅବସରରେ ଜନ ସମୁଦ୍ର ପାଲଟିଲା ବାଲିଗୁଡ଼ା ସହର। ସଂଯୋଜକ ଟୁନା ଦାସଙ୍କ ନେତୃତ୍ୱରେ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ଚାରୋଟି ବ୍ଲକର ପ୍ରାୟ ୩୦ ହଜାର ସମର୍ଥକଙ୍କ ସହ ବିଶାଳ ପଟୁଆରରେ ଆସିଥିଲେ ଚକ୍ରମଣୀ । କନ୍ଧମାଳ ସାଂସଦ ପ୍ରାର୍ଥୀ ଡ଼.ଅଚ୍ୟୁତ ସାମନ୍ତ, ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକ, ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ଅଜୟ ମହାରଣା ଉପସ୍ଥିତ ଥିଲେ। ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ସମେତ ଚାରୋଟି ବ୍ଲକର ସଭାପତି, ବହୁ ନେତା ଓ ବରିଷ୍ଠ କର୍ମକର୍ତ୍ତା ସାମିଲ୍ ହୋଇଥିଲେ। ବିଜୁ ଜନତା ଦଳ ପ୍ରତି ସମସ୍ତଙ୍କର ଆଶୀର୍ବାଦ ରହିଛି। ବିପୁଳ ପରିମାଣରେ ଶଙ୍ଖ ଚିହ୍ନରେ ଭୋଟ୍ ଦେଇ ବିଜୟୀ କରାଇବା ପାଇଁ ଭୋଟରଙ୍କୁ ନିବେଦନ କରିଛନ୍ତି ଚକ୍ରମଣୀ କହଁର।

Latest Posts

Don't Miss