spot_img

Latest Posts

ହୋଲି ସ୍ପେଶାଲ୍ ଟ୍ରେନର ଏସି ବଗିରେ ଅଗ୍ନିକାଣ୍ଡ, ଯାତ୍ରୀ ସୁରକ୍ଷିତ

ପାଟଣା: ବିହାର ଆରାରେ ଲୋକମାନ୍ୟ ତିଲକ ହୋଲି ସ୍ପେଶାଲ୍ ସ୍ଵତନ୍ତ୍ର ଟ୍ରେନରେ ଅଗ୍ନିକାଣ୍ଡ ଘଟିଛି। ଦୁର୍ଘଟଣାରେ କେହି ମୃତାହତ ନଥିବା ଜଣାପଡିଛି। ଦାନାପୁରରୁ ମୁମ୍ବାଇ ଯାଉଥିବା ଏହି ସ୍ଵତନ୍ତ୍ର ଟ୍ରେନରେ ମଧ୍ୟରାତ୍ରି ପ୍ରାୟ ୨ଟା ସମୟରେ ଏକ ଏସି ବଗିରେ ନିଆଁ ଲାଗିଯାଇଥିଲା। କିଛି ସମୟ ମଧ୍ୟରେ ଟ୍ରେନର ଏହି ନିଆଁ ପୁରା ବଗିକୁ ବ୍ଯାପି ଥିଲା।

ତେବେ ନିଆଁ ପୁରା ବଗିକୁ ବ୍ଯାପିବା ଆଗରୁ ବଗିରୁ ଡେଇଁ ଜୀବନ ବଞ୍ଚାଇଥିଲେ ସମସ୍ତ ଯାତ୍ରୀ। ସର୍ଟ ସର୍କିଟରୁ ଟ୍ରେନରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ବିହାର ଭୋଜପୁର ଅନ୍ତର୍ଗତ କାରିସାଥ ଷ୍ଟେସନ ନିକଟରେ ଟ୍ରେନରେ ଲାଗିଥିଲା ନିଆଁ। ହୋଲି ଥିବାରୁ ଟ୍ରେନରେ ଯାତ୍ରୀଙ୍କ ସଂଖ୍ଯା କମ ଥିଲା। ଏଥିଲାଗି ଟ୍ରେନରେ ଲାଗିଥିବା ଏହି ନିଆଁରେ କେହି ମୃତାହତ ହୋଇନଥିବା ନେଇ ଇଷ୍ଟ୍ ସେଣ୍ଟ୍ରାଲ୍ ରେଳବାଇ ପକ୍ଷରୁ ସୂଚନା ମିଳିଛି।

ତେବେ ଦୁର୍ଘଟଣାକୁ ନେଇ ରେଲୱେ ବିଭାଗ ପକ୍ଷରୁ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି। ଦୁର୍ଘଟଣାସ୍ଥଳରେ ରେଲୱେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମେନ୍ ଲାଇନରେ ଟ୍ରେନରେ ନିଆଁ ଲାଗିଥିବାରୁ ଅନେକ ଟ୍ରେନର ଚଳାଚଳ ପ୍ରଭାବିତ ହୋଇଛି। ୧୦ରୁ ଅଧିକ ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଛି। ନିଆଁ ଲାଗିଥିବା ବଗିକୁ ବାହାର କରାଯାଇ ଟ୍ରେନ ପୁଣିଥରେ ଯାତ୍ରା ଆରମ୍ଭ କରିଛି।

Latest Posts

Don't Miss