ଶ୍ରେୟସ-ଇଶାନଙ୍କ ଘଟଣାରେ ଜୟ ଶାହାଙ୍କୁ ଏମିତି କହିଲେ ସୌରଭ ଗାଙ୍ଗୁଲି

ନନ୍ଦିଘୋଷ ବ୍ୟୁରୋ: ରଣଜୀ ଖେଳିବାକୁ ମନା କରିବା ପରେ ଶ୍ରେୟସ ଆୟାର ଏବଂ ଇଶାନ କିଶାନଙ୍କ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ କଟିଯାଇଛି । ବାର୍ଷିକ ଚୁକ୍ତିନାମା କଟିବାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ବିସିସିଆଇର ଏଭଳି ନିଷ୍ପତ୍ତିକୁ କିଛି କ୍ରିକେଟର ମଧ୍ୟ ସମାଲୋଚନା କରିଥିବା ଦେଖିବାକୁ ମିଳିଛି । ତେବେ ବସିସିଆଇର ପୂର୍ବତନ ଅଧ୍ୟକ୍ଷ ତଥା ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଏହି ମାମଲାରେ ଜାତୀୟ ଗଣମାଧ୍ୟମକୁ ଇଣ୍ଟରଭିୟ୍ୟୁ ଦେବା ସହ ଶ୍ରେୟସ-ଇଶାନଙ୍କ ସପକ୍ଷରେ କହିଥିବା ଦେଖିବାକୁ ମିଳିଛି । ଜୟଶାହା ଏବଂ ରୋଜର ବିନ୍ନିଙ୍କୁ ଖାସ୍ ସନ୍ଦେଶ ପଠାଇଛନ୍ତି ଗାଙ୍ଗୁଲି । ଦାଦାଙ୍କୁ ଏକ ପ୍ରଶ୍ନ କରାଯାଇଥିଲା କି, ଏବେ କା ସମୟରେ ଯୁବ କ୍ରିକେଟରଙ୍କ ମାର୍ଗଦର୍ଶକ କଣ ହୋଇପାରେ । ଏହାର ଜବାବରେ ଗାଙ୍ଗୁଲି କହିଥିଲେ କି, ଇଶାନ କିଶାନଙ୍କ କଥା ଯଦି କହିବା ତାହେଲେ ବିସିସିଆଇ ସଚିବ ଜୟ ଶାହା, ବିସିସିଆଇ ଅଧ୍ୟକ୍ଷ ରୋଜର ବିନ୍ନି ଇଶାନଙ୍କ ସିଧା କଥା ହେବା ଦରକାର । ଦୀର୍ଘଦିନ ହେବ ଏକଦିବସୀୟ ଏବଂ ପରେ ଦିନିକିଆ କ୍ରିକେଟ ଖେଳିଛନ୍ତି । ସେ କଣ ଜଣେ ଖରାପ ଖେଳାଳି କି? ସେପଟେ ଶ୍ରେୟସ ମାମଲାରେ କହିଥିଲେ କି, କେଉଁ କାରଣରୁ ମନା କଲେ ତାହା ତାଙ୍କ ଉପରେ ନିର୍ଭର କଣେ । କିନ୍ତୁ ଜଣେ ଖେଳାଳି କୌଣସି ଚାପରେ ରହିଥିବା କାରଣରୁ ଏଭଳି କହିଥାଇ ପାରନ୍ତି ।

 

ନଜର ପକାନ୍ତୁ