ଆମେରିକା ଆରମ୍ଭ କଲା ଯୁଦ୍ଧ, ଇରାନଠୁ ପ୍ରତିଶୋଧ ନେବା ଆରମ୍ଭ
1 min readନନ୍ଦିଘୋଷ ବ୍ୟୁରୋ: ଋଷ-ୟୁକ୍ରେନ ଏବଂ ଇସ୍ରାଏଲ-ହାମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ଏପଟେ ଆମେରିକା ମଧ୍ୟ ଯୁଦ୍ଧ ଆରମ୍ଭ କରିଦେଇଛି । ସେ ଇରାନଠୁ ପ୍ରତିଶୋଧ ନେବା ଆରମ୍ଭ କରିଛି । ଏହି ଯୁଦ୍ଧ ମଧ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲିପାରେ ବୋଲି ଆଶଙ୍କା କରାଯାଉଛି । ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ଇରାକ ଏବଂ ସିରିଆର ଆତଙ୍କବାଦୀ ଗୋଷ୍ଠୀକୁ ଦୃଢ଼ ଚେତାବନୀ ଦେଇଛନ୍ତି ।
ଏହି ଗୋଷ୍ଠୀଗୁଡିକ ଆମେରିକା ସେନା ଉପରେ ଆକ୍ରମଣ କରୁଥିବା କହିଛନ୍ତି ଆମେରିକା ରାଷ୍ଟ୍ରପତି । ଆଉ ଏହି ସବୁ ଭିତରେ ନିଜ ସେନା ଉପରେ ଆକ୍ରମଣ ପରେ ରକ୍ତମୁଖା ହୋଇ ଉଠିଛି ଆମେରିକା । ସିରିଆ ଓ ଇରାକ ସମର୍ଥୀତ ଆତଙ୍କୀ ସଗଂଠନ ମିଲିସିଆ ଏବଂ ଇରାନୀ ରିଭିଲ୍ୟୁସନାରୀ ଗାର୍ଡର ଉପରେ ଅତର୍କିତ ଆକ୍ରମଣ କରିଛି ଆମେରିକା ସେନା । ୮୫ ଟି ଠିକଣା ଉପରେ ମିସାଇଲ ଓ ଡ୍ରୋନ ଆକ୍ରମଣ କରି କଡ଼ା ଜବାବ ଦିଆଯାଇଛି । ଆମେରିକା କୌଣସି ପ୍ରକାର ସଂଘର୍ଷ ଚାହେଁନି । କିନ୍ତୁ ଦେଶ ଉପରେ ଯିଏ ଆକ୍ରମଣ କରିବ ତାକୁ କଡ଼ା ଜବାବ ଦିଆଯିବ ବୋଲି ଜୋ ବାଇଡେନ କହିଛନ୍ତି ।