spot_img

Latest Posts

ପ୍ରେମିକ ପାଇଁ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

ଉଦଳା: ପ୍ରେମିକ ପାଇଁ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ । ସ୍ୱାମୀ ଏବଂ ପ୍ରେମିକ ଦିଅର ମଧ୍ୟରେ ଝଗଡା ହେବାରୁ ପ୍ରେମିକ ପକ୍ଷରେ ରହି ସ୍ୱାମୀକୁ କାଠ ଫାଳିଆରେ ବାଡେଇ ମାରିଲା ସ୍ତ୍ରୀ। ଏଭଳି ଘଟଣା ଘଟିଛି ଉଦଳା ଥାନା ନୟାରଙ୍ଗାମାଟିଆ ଗାଁରେ। ରାଇସେନ ମୁର୍ମୁଙ୍କୁ କାଠ ଫାଳିଆରେ ବାଡେଇ ବାଡେଇ ହତ୍ୟା କରିଛି ସ୍ତ୍ରୀ ପାନ ମୁର୍ମୁ । ଗାଁରେ ଚାଲିଥିଲା ଜାହିରା ପୂଜା । ଜାହିରା ପୂଜାରେ କୁକୁଡ଼ା ଆଣିବାରେ ବିଳମ୍ବ କରିଥିଲେ ମୃତକ ରାଇସେନ ମୁର୍ମୁ । ଏନେଇ ପ୍ରେମିକ ଦିଅର ଚନ୍ଦ୍ରମୋହନ ହେମ୍ବ୍ରମ ସହିତ ରାଇସେନଙ୍କର ଝଗଡା ହୋଇଥିଲା। ଏହି ଝଗଡା ସମୟରେ ରାଇସେନଙ୍କ ସ୍ତ୍ରୀ ପାନ ମୁର୍ମୁ ସେଠାରେ ପହଞ୍ଚି ଚନ୍ଦ୍ରମୋହନଙ୍କ ସପକ୍ଷରେ ରହିଥିଲେ । ଏପରିକି ସେ ନିଜ ସ୍ୱାମୀକୁ ବିରୋଧ କରିଥିଲେ। ଚନ୍ଦ୍ରମୋହନଙ୍କ ସହିତ ପାନଙ୍କର ଅନୈତିକ ସମ୍ପର୍କ ରହିଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି। ଉଦଳା ପୋଲିସ ଉଭୟ ସମ୍ପର୍କୀୟ ଭାଇ ଓ ସ୍ତ୍ରୀ କୁ ଗିରଫ କରିଛି। ଅନ୍ୟପଟେ ସାଇଣ୍ଟିଫିକ ଟିମ ସହାୟତାରେ ପୋଲିସ ତଦନ୍ତ କୁ ତ୍ୱରାନ୍ୱିତ କରିଛି।

Latest Posts

Don't Miss