spot_img

Latest Posts

ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ମାଧ୍ୟମରେ ଉତ୍ସାହିତ ଯୁବଗୋଷ୍ଠୀ

ଗଜପତି: ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ମାଧ୍ୟମରେ ଉତ୍ସାହିତ ଯୁବଗୋଷ୍ଠୀ। ନିଜ ଦକ୍ଷତା ପ୍ରତିପାଦନ କରିବାକୁ ପାଇଛନ୍ତି ସୁଯୋଗ। ପାରଳାଖେମୁଣ୍ଡି ପୌର ପରିଷଦ ପକ୍ଷରୁ ଆୟୋଜିତ ହୋଇଛି ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା। ଯାହାକୁ ନେଇ ଖୁସି ବ୍ୟକ୍ତ କରିବା ସହ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଯୁବଗୋଷ୍ଠୀ।

ଯୁବ ଗୋଷ୍ଠୀଙ୍କୁ ଆଗକୁ ବଢାଇ ଏକ ନୂତନ ଓଡ଼ିଶା ଗଠନର ପରିକଳ୍ପନା କରିଛନ୍ତି ରାଜ୍ୟ ସରକାର। ଯୁବ ସମାଜ ମଧ୍ୟରେ ପ୍ରତିଭା ସନ୍ଧାନ ପୂର୍ବକ, ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ପାରଳାଖେମୁଣ୍ଡି ପୌର ପରିଷଦ ପକ୍ଷରୁ ଏନେଇ ଆୟୋଜିତ ହୋଇଛି ବିଭିନ୍ନ କ୍ରିଡା ପ୍ରତିଯୋଗିତା। ସ୍ଥାନୀୟ ଷ୍ଟାଡିୟମ ଓ କଲେଜ ପଡ଼ିଆରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏଥିରେ ଭାଗ ନେଇଥିଲେ ଶତାଧିକ ଯୁବକ। କ୍ରିକେଟ, ଖୋଖୋ, ଫୁଟବଲ, ଭଲିବଲ, ଆଦି ପ୍ରତିଯୋଗିତାରେ ଭାଗନେଇ ନିଜର ଦକ୍ଷତା ପ୍ରଦର୍ଶନ କରିଛନ୍ତି।

ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ମାଧ୍ୟମରେ ଯୁବବର୍ଗଙ୍କୁ ମିଳିଛି ଉପଯୁକ୍ତ ମଞ୍ଚ। ଏହା ମାଧ୍ୟମରେ ପ୍ରତିଭାବାନ ଯୁବକଙ୍କୁ ଆଗକୁ ବଢ଼ିବାର ସୁଯୋଗ ମିଳିଛି। କ୍ରୀଡ଼ାର ବିକାଶ ହେବା ସଙ୍ଗେ ସଙ୍ଗେ ଉତ୍ସାହିତ ହୋଇଛନ୍ତି ଯୁବ ବର୍ଗ। ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ଆନୁଷଙ୍ଗିକ ପଦକ୍ଷେପ ନିଆଯାଇଛି। ଦକ୍ଷ ତଥା ପ୍ରତିଭାବାନ ଯୁବକଙ୍କୁ ଉତ୍ସାହିତ କରିବା ପାଇଁ ଅର୍ଥରାଶି ତଥା ଅନ୍ୟାନ୍ୟ ପ୍ରୋତ୍ସାହନ ପ୍ରଦାନ କରାଯାଉଛି। ଏଭଳି ଏକ ସୁଯୋଗ ପାଇ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ଯୁବଗୋଷ୍ଠୀ।

Latest Posts

Don't Miss