ସିକ୍ରେଟ ଅଣ୍ଡରଗ୍ରାଉଣ୍ଡ ବଙ୍କର INS Varshaକୁ ନେଇ ଚିନ୍ତାରେ ଚୀନ୍-ପାକିସ୍ତାନ

1 min read

ନନ୍ଦିଘୋଷ ବ୍ୟୁରୋ : INS Varsha ହେଉଛି ଭାରତର ଗୁପ୍ତ ନୌସେନା ବେସ, ଯେଉଁଠାରେ ଆଣବିକ ବୁଡାଜାହାଜ ରଖାଯିବ । ଏହା ଇଷ୍ଟର୍ନ ନାଭାଲ୍ କମାଣ୍ଡ ଦ୍ୱାରା ପରିଚାଳିତ ହେବ । ଯାହାର ମୁଖ୍ୟାଳୟ ବିଶାଖାପାଟନମରେ ଅଛି । ଏହାପୂର୍ବରୁ ଏହି ବେସର ନିର୍ମାଣ ଗଙ୍ଗାଭାରମରେ ହେବାକୁ ଥିଲା । କିନ୍ତୁ ପରେ ଏହା ବିଶାଖାପାଟନମ ଠାରୁ ୫୦ କିଲୋମିଟର ଦୂର ରାମ୍ବିଲିରେ ନିର୍ମାଣ କରାଯାଉଛି । ନୌସେନା ଏବଂ ପରିବହନ ମନ୍ତ୍ରଣାଳୟର ଜାହାଜଗୁଡ଼ିକ ବିଶାଖାପାଟନମ ବନ୍ଦର ପରିଦର୍ଶନ ଜାରି ରଖିଛନ୍ତି । ଭିଜାଗରେ ସମସ୍ତ ଜାହାଜ ପାର୍କ କରିବାକୁ କୌଣସି ସ୍ଥାନ ବାକି ନାହିଁ । ୨୦୦୬ ମସିହାରେ,୧୫ ଟି ଯୁଦ୍ଧ ଜାହାଜ ଏଠାରେ ସ୍ଥାପିତ ହୋଇଥିଲା । କିନ୍ତୁ ବର୍ତ୍ତମାନ ଏହା ୪୬କୁ ବୃଦ୍ଧି ପାଇଛି । ଏହି ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଅତିକମରେ ୮ ରୁ ୧୨ ବୁଡ଼ାଜାହାଜ INS Varsha ନୌସେନା ବେସରେ ରହିବାକୁ ସକ୍ଷମ ହେବେ ।

ଏହା ନାଭାଲ ଅଲ୍ଟରନେଟିଭ ଅପରେସନ ବେସ ହେବ । ଆସନ୍ତା ବର୍ଷ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ଅନୁମାନ କରାଯାଉଛି । ଏହି ଆଧାର ନିର୍ମାଣ ପାଇଁ କ୍ଲିୟରାନ୍ସ ୨୦୧୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଦାନ କରିଥିଲେ। ସେବେଠାରୁ ଦ୍ରୁତ ଗତିରେ ଏହାର କାର୍ଯ୍ୟ ଚାଲୁଛି । ଯାହାଦ୍ୱାରା ନୌସେନାର ଶକ୍ତି ବୃଦ୍ଧି ହୋଇପାରିବ ।

ବେସ ହେବ ଅଣ୍ଡରଗ୍ରାଉଣ୍ଡ, ବୁଡି ରହିବ ବୁଡାଯାହାଜ

ରାମ୍ବିଲି ନାଭାଲ୍ ବେସ୍ ଆନ୍ଧ୍ରପ୍ରଦେଶର ଆନାକାପାଲ୍ ଜିଲ୍ଲାରେ ପଡିଛି। ଏହାର ଉପସ୍ଥିତି ଭାରତୀୟ ନୌସେନା ଉଭୟ ପୂର୍ବ ଏବଂ ପଶ୍ଚିମ ଉପକୂଳକୁ ସହଜରେ ରକ୍ଷା କରିପାରିବ । ସେର୍ଟେଲାଇଟ ଚିତ୍ରରୁ ଜଣାପଡୁଛି ଯେ, ପ୍ରଥମ ପର୍ଯ୍ୟାୟରେ ଟନେଲନ ନିର୍ମାଣ କରାଯାଇଛି । ଏହୋ ଅର୍ଥ ଏହା ଅଣ୍ଡରଗ୍ରାଉଣ୍ଡ ହେବ ଆଉ ଭୁମିରେ ଦେଖାଯିବ ନାହିଁ ।

ନୌସେନା ବେସ୍ ଆଣବିକ କେନ୍ଦ୍ରର ନିକଟବର୍ତ୍ତୀ 

ଏହି ଟନେଲଗୁଡିକ ମଧ୍ୟରେ ୮ରୁ ୧୨ ପରମାଣୁ ଚାଳିତ ବାଲିଷ୍ଟିକ୍ ବୁଡ଼ାଜାହାଜ ଏବଂ ଉର୍ସାଲ୍ଟ ବୁଡ଼ାଜାହାଜ ରଖାଯିବ । ଭାଭା ଏଟୋମିକ ରିସର୍ଚ ସେର୍ଟର (BARC) ର ସୁବିଧା ନିକଟରେ ରହିଛି ଏହି ବେସ । ଏହି କାରଣରୁ ଏହି ସୁବିଧା ମଧ୍ୟ ଅଧିକ ସୁରକ୍ଷିତ ରହିବ । NAOB ରେ ଅଣ୍ଡର ୱାଟର ଟନେଲ ରହିବ, ଯାହା ଭିତରେ ବୁଡ଼ାଜାହାଜ ରଖାଯିବ ।

ଚିନ୍ତାରେ ଚୀନ୍ ଏବଂ ପାକିସ୍ତାନ

ଏହା ବ୍ୟତୀତ ଅନେକ ପ୍ରକାରର ନୌସେନା ଯୁଦ୍ଧ ଜାହାଜ ମଧ୍ୟ ଏଠାରେ ସ୍ଥାପିତ ହୋଇପାରିବ । ଭାରତ ଯେଉଁଭଳି ଭାବରେ ନିଜର ନୌସେନା ଶକ୍ତି ବୃଦ୍ଧି କରୁଛି, ଯାହାକୁ ନେଇ ଚିନ୍ତାରେ ଚୀନ୍ ଏବଂ ପାକିସ୍ଥାନର। ଏହି ବେସର ଉପର ଅଂଶଟି ପାହାଡ଼ିଆ । ଯାହା ଉପରେ ଏକ ଜଙ୍ଗଲ ଅଛି । ଏହା ପ୍ରାୟ ୬୭୦ ହେକ୍ଟର ଉପରେ ବ୍ୟାପିଛି । ଓ୍ବାର୍କର ଦୂରତା ଏଠାରୁ ମାତ୍ର ୨୦ କିଲୋମିଟର ରହିଛି ।