spot_img

Latest Posts

ପାନୀୟ ଉପଯୋଗୀ ହେବ ଦୟାନଦୀର ଜଳ

ଭୁବନେଶ୍ୱର : ପ୍ରଦୂଷଣ ମୁକ୍ତ ହେବ ଦୟାନଦୀର ଜଳ। ଦୟା ନଦୀରେ ଖେଳିବ କାଚକେନ୍ଦୁ ପାଣି। ନୂଆ ରୂପ ପାଇବ ଭୁବନେଶ୍ବରରେ ଥିବା ନଦୀ ଓ ନାଳ। ପାନୀୟ ଉପଯୋଗୀ ହେବେ ଦୟା ଓ ଗଙ୍ଗୁଆ। ଦୟା ନଦୀ ପାଣିକୁ ପ୍ରଦୂଷଣମୁକ୍ତ ରଖାଯିବା ଉପରେ 5T ତଥା ନବୀନ ଓଡିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଗୁରୁତ୍ୱାରୋପ କରିଛନ୍ତି। ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ନଗର ଉନ୍ନୟନ ବିଭାଗ ଏବଂ ଭୁବନେଶ୍ୱର ମହାନଗର ନିଗମକୁ ନିର୍ଦ୍ଦେଶ ଦେଇଛନ୍ତି। ସଂଯୋଗ ସ୍ଥାନରେ ଏକ ଓ୍ବାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ କରିବାକୁ ସମୀକ୍ଷା ବୈଠକରେ ନିଷ୍ପତ୍ତି ନିଆଯାଇଛି। ଓ୍ବାର୍ଟକୋ ଏହି ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣ କରିବ। 5T ଅଧ୍ୟକ୍ଷ ନେଇଥିବା ନିଷ୍ପତ୍ତି ଦୟାନଦୀ ଓ ଗଙ୍ଗୁଆକୁ ପ୍ରଦୂଷଣରୁ ରକ୍ଷା କରିବ ବୋଲି କହିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା ଓ ଜଟଣୀ ବିଧାୟକ ସୁର ରାଉତରାୟ ।

ସହରରୁ ଆସୁଥିବା ନର୍ଦ୍ଦମା ପାଣି ସ୍ବରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟରେ ପହଞ୍ଚିବା ପୂର୍ବରୁ ଓ୍ବାର୍ଟକୋ ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବୈଷୟିକ ଟିମ୍ ଏହାର ମାନ ଯାଞ୍ଚ କରିବେ। ଶିଳ୍ପ ଓ ବଡ଼ ପ୍ରତିଷ୍ଠା ଯେଭଳି ବର୍ଜ୍ୟବସ୍ତୁ ନ ଛାଡ଼ିବେ ସେନେଇ କଡା ନଜର ରଖାଯିବ। ବିଡ଼ିଏ ଉପାଧ୍ୟକ୍ଷ ବଲଓ୍ବନ୍ତ ସିଂଙ୍କ ଅଧ୍ୟକ୍ଷତାରେ ଦୟା ନଦୀ ଟ୍ରାନ୍ସପୋର୍ଟ ଗଠନ କରାଯାଇଛି। ଦୟା ନଦୀର ପାଣିକୁ ସଫା କରିବାକୁ ବିଭିନ୍ନ ସଂସ୍ଥାର ସହଯୋଗରେ କାର୍ଯ୍ୟ ଜାରିରହିଛି। ନଦୀ କୂଳରେ ଥିବା ଗାଁର ଲୋକ ଚାଷ ଓ ପାନୀୟ ଜଳ ପାଇଁ ଏହି ନଦୀ ଉପରେ ନିର୍ଭର କରନ୍ତି। ବିଶେଷ କରି ବିକିପୁର, କଲ୍ୟାଣପୁର, ସୁଆବରି, ଟିକରପଡା ସମେତ ୩୦ ଖଣ୍ଡ ଗାଁ ଲୋକ ଏହାଦ୍ବାରା ଉପକୃତ ହେବେ ।

Latest Posts

Don't Miss