ପତିପତ୍ନୀଙ୍କ ପାଟିତୁଣ୍ଡରେ ରାଗିଗଲେ ପାଇଲଟ, ଅଧାବାଟରେ ଓହ୍ଲାଇଦେଲେ
ନୂଆଦିଲ୍ଲୀ: ମ୍ୟୁନିଚ ଠାରୁ ବ୍ୟାଂକକ୍ ଉଡାଣ ଭରିଥିବା ଲୁଫତାନ୍ସା ବିମାନର ଜରୁରୀ ଅବତରଣ । ନୂଆଦିଲ୍ଲୀ ବିମାନ ବନ୍ଦରରେ ଓହ୍ଲାଇଛି ଲୁଫଥାନ୍ସା ବିମାନ । ଜରୁରୀ ଅବତରଣ ପରେ ଦୁଇ ଜଣ ଯାତ୍ରୀଙ୍କୁ ଜୋର ଜବରଦସ୍ତଚ ଓହ୍ଲାଇ ଦିଆଯାଇଛି । ଏହାର କାରଣ ଶୁଣିଲେ ଆପଣ ହୁଏତ ହସିହସି ବେଦମ ହୋଇଯିବେ ।
ଲୁଫଥାନ୍ସା ଉଡାଣ ସଂଖ୍ୟା ଏଲଏଚ ୭୭୨କୁ ସକାଳ ୧୦ଟା ସମୟରେ ଇନ୍ଦିରା ଗାନ୍ଧୀ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ଜରୁରୀ ଅବତରଣ କରିବାକୁ ପଡିଛି । ଏହା ପୂର୍ବରୁ ପାଇଲଟ ଏଟିସି ସହ ସମ୍ପର୍କ କରି ବିମାନ ଭିତରେ ଉତ୍ପାତ ଯାତ୍ରୀଙ୍କ ସମ୍ପର୍କରେ ସୂଚନା ଦେଇଥିଲେ ।
ବିମାନରେ ଯାତ୍ରା କରୁଥିବା ଜଣେ ଜର୍ମାନୀର ବ୍ୟକ୍ତି ଓ ତାଙ୍କ ପତ୍ନୀଙ୍କ ପାଟିତୁଣ୍ଡ ପରେ ବିମାନରେ ସ୍ଥିତି ବିଗିଡି ଯାଇଥିଲା । ଯାହାପରେ ବିମାନ ବନ୍ଦରରେ ଜରୁରୀ ଅବତରଣ ପାଇଁ ଅନୁମତି ମଗାଯାଇଥିଲା ।
ପ୍ରଥମେ ପତ୍ନୀ ଜଣକ ପତିଙ୍କ ନାଁରେ ଅଭିଯୋଗ କରିଥିଲେ । ତାଙ୍କ ସ୍ବାମୀ ଧମକାଉଥିବା ସେ ଅଭିଯୋଗ କରିଥିଲେ । ଏହାପରେ ପାଟିତୁଣ୍ଡ ଉଗ୍ରରୂପ ଧାରଣ କରିଥିଲା । ଗଣ୍ଡଗୋଳ ଏତେ ଉଗ୍ରରୂପ ଧାରଣ କରିଥିଲା ଯେ ବାଧ୍ୟ ହୋଇ ଦୁଇ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦେବାପାଇଁ ପାଇଲଟ ନିଷ୍ପତ୍ତି ନେଇଥିଲେ ।