ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ସୂଚନା ଓ ଅଧିକାର ଆଇନ୍ ମଧ୍ୟରେ ଆସିବ କି ନାହିଁ ? ଏ ସଂପର୍କିତ ମାମଲାର ରାୟ ଆସନ୍ତାକାଲି ଶୁଣାଇବେ ସର୍ବୋଚ୍ଚ ନ୍ୟାୟାଳୟ । ମୁଖ୍ୟ ବିଚାରପତି ଜଷ୍ଟିସ୍ ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ ଏହି ମାମଲାର ରାୟ ଆସନ୍ତାକାଲି ଶୁଣାଇବେ । ଅପରାହ୍ନ ୨ଟାରେ ଆସିବ ରାୟ।