ଗାଁକୁ ଗଲେ ବିଜେପିକୁ ପ୍ରଶ୍ନ କରିବେ ଲୋକେ, ପ୍ରସ୍ତୁତ ରୁହନ୍ତୁ ମନମୋହନ
ଭୁବନେଶ୍ୱର: ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତିଙ୍କ ସାମ୍ବାଦିକ ସମ୍ମିଳନୀ । ବିଜେପିର ଗାଁକୁ ଚାଲ, ଘର ଘରକୁ ଚାଲ କାର୍ଯ୍ୟକ୍ରମକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଲେନିନ୍ ମହାନ୍ତି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ବିଜେପିର ହତୋତ୍ସାହିତ କର୍ମୀଙ୍କୁ ଉତ୍ସାହିତ କରିବାକୁ ଏ ଯୋଜନା । ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେପିର ବୃହତ ପରାଜୟ କର୍ମୀଙ୍କୁ ହତୋତ୍ସାହିତ କରିଛି । ତେଣୁ ସେହି କର୍ମୀ ମାନଙ୍କୁ ଉତ୍ସାହିତ କରିବାକୁ ପ୍ରୟାସ କରୁଛି ବିଜେପି । କିନ୍ତୁ ଏ କର୍ମୀଙ୍କୁ ଉତ୍ସାହିତ କରିବାରେ ବିଜେପି ଫଳପ୍ରଦ ହେବନାହିଁ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ।
ଅନେକ ସମୟରେ ରାଜ୍ୟ ବିଜେପି ନେତାଙ୍କ କାର୍ଯ୍ୟଶୈଳୀ ଅରାଜକତାର ଉଦାହରଣ ଦିଏ । ସେ ବାରମ୍ବାର ଓଡ଼ିଶାକୁ ଅରାଜକ କହି ସେମାନେ ଓଡିଆଙ୍କୁ ଅପମାନ କରୁଛନ୍ତି । ରାଷ୍ଟ୍ରୀୟ ସ୍ତରରେ ମଧ୍ୟ ଓଡ଼ିଶାକୁ ଅପବାଦ ଓ ଅପମାନ କରୁଛନ୍ତି ବିଜେପି ନେତା । ତେଣୁ ଏ କେମିତି ଭାବୁଛନ୍ତି ଲୋକେ ସମର୍ଥନ କରିବେ ବୋଲି । ଗାଁକୁ ଗଲେ ଓଡ଼ିଶାର ଲୋକ ପଚାରିବେ, କାହିଁକି ଅଯଥାରେ ଆମ୍ଭକୁ ଅପବାଦ କରିଛନ୍ତି ? କେଉଁ ଉଦ୍ଦେଶ୍ୟରେ ଆପଣ ମାନେ ଓଡ଼ିଶାକୁ ଅପମାନ କରିଛନ୍ତି ବୋଲି ଓଡ଼ିଶାବାସୀ ପ୍ରଶ୍ନ କରିବେ ।
ସେହିପରି ଓଡ଼ିଶାର ଲୋକାଦୃତ ମୁଖ୍ୟମନ୍ତ୍ରୀ ସମସ୍ତ ବର୍ଗକୁ ସମାନ ନ୍ୟାୟ ଦେବାକୁ ପ୍ରୟାସ ଜାରି ରଖିଛନ୍ତି । ଯାହା ଭୋଟ ହିଁ ପ୍ରମାଣିତ କରେ । ସେଥିପାଇଁ ଓଡ଼ିଶାର ଲୋକ ବାରମ୍ବାର ମୁଖ୍ୟମନ୍ତ୍ରୀଙ୍କୁ ଅକୁଣ୍ଠ ସମର୍ଥନ ଦେଇ ଆସିଛନ୍ତି । ବିଜେପିର ମିଥ୍ୟା ପ୍ରଚାର ଓ ଓଡ଼ିଶାକୁ ଅପମାନିତ କରିବାର ପ୍ରୟାସ ପାଇଁ ସେମାନେ ବାରମ୍ବାର ବିଫଳ ହୋଇ ଆସିଛନ୍ତି । ଗରୀବର ଭାତ ହାଣ୍ଡିରୁ ୫ କେଜି ଚାଉଳ କାଣ୍ଟିଛନ୍ତି । ଚାଉଳ ଉଠାଣରେ ଅବହେଳା କରିଛନ୍ତି । ଚୁଲିମୁଣ୍ଡେ ଗ୍ୟାସ ନାମରେ ଗରୀବ ଲୋକଙ୍କୁ ଠକୁଛନ୍ତି । ଲୋକେ ଆଜି ବିଜେପିର କଷଣରେ ଆଉଟ ପାଉଟ ହେଉଛନ୍ତି । ଲୋକେ ପ୍ରଶ୍ନ କରିବେ ବିଜେପିକୁ, ଗାଁର ଲୋକ ବିଜେପି ସଭାପତିଙ୍କୁ ଏ ସବୁର ଜବାବ ମାଗିବେ ବୋଲି କହିଛନ୍ତି ଲେନିନ ମହାନ୍ତି ।
ନିର୍ବାଚନରେ ହାରିବା ପରେ ଆଜି ପର୍ଯ୍ୟନ୍ତ ଗାଁକୁ ଯାଉନଥିଲେ ବିଜେପି ନେତା । ଆଜି ଗାଁ କଥା ମନେ ପଡୁଛି । କିନ୍ତୁ ଏ କାର୍ଯ୍ୟକ୍ରମ ସଫଳ ହୋଇପାରିବ ନାହିଁ । ବଂର ସାଧାରଣ ଲୋକ ପ୍ରଶ୍ନ କରିବେ କାହିଁକ କାଟିଲ ପାଞ୍ଚ କେଜି ଚାଉଳ ? ଲୋକେ ପ୍ରଶ୍ନ କରିବେ କାହିଁକି ବୃଦ୍ଧି ଘଟାଇଲ ଗ୍ୟାସ ଦର ? ଏ ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ ରୁହନ୍ତୁ ବିଜେପି ନେତା । ଓଡ଼ିଶାକୁ ବାରମ୍ବାର ଅପମାନିତ କରି ଏବେ ଓଡ଼ିଶାବାସୀଙ୍କ ପାଖକୁ ଯିବାକୁ ଯେଉଁ ପ୍ରୟାସ କରୁଛନ୍ତି, ସେଥିପାଇଁ ସଜାଗ ରୁହନ୍ତୁ । ମନମୋହନ ସାମଲ ଉତ୍ତର ଦେବାକୁ ପ୍ରସ୍ତୁତ ହୋଇ ରୁହନ୍ତୁ ବୋଲି ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି ।