ଆନ୍ଦୋଳନ ପ୍ରତ୍ୟାହୃତ କଲେ ଡ୍ରାଇଭର ମହାସଂଘ
1 min readଭୁବନେଶ୍ୱର: ଡ୍ରାଇଭରଙ୍କ ଆନ୍ଦୋଳନ ପ୍ରତ୍ୟାହୃତ । ଆନ୍ଦୋଳନ ପ୍ରତ୍ୟାହୃତ କଲା ଡ୍ରାଇଭର ମହାସଂଘ । ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି । ଡ୍ରାଇଭର ଆନ୍ଦୋଳନ ତୃତୀୟ ଦିନରେ ପହଞ୍ଚିଛି । ହକ୍ ଓ ସମ୍ମାନ ପାଇଁ ଡ୍ରାଇଭର ସଂଘ କରିଥିବା ଆନ୍ଦୋଳନ ସଫଳ ହୋଇଛି । ଜନସାଧାରଣ ମଧ୍ୟ ଆମକୁ ସମର୍ଥକ କରିଛନ୍ତି । ଆମ ପାଇଁ ଲୋକମାନେ ମଧ୍ୟ ବହୁତ ହଇରାଣ ହୋଇଛନ୍ତି । ଆସନ୍ତା ତିନି ମାସରେ ଦାବି ପୂରଣ ହେବ ବୋଲି ଗତକାଲି ସରକାରଙ୍କ ପକ୍ଷରୁ ସିଏସ ଚିଠି ଲେଖିଥିଲେ ।
ତିନି ମାସ ସମୟ ଅଧିକ ବୋଲି ଭାବି ପୁଣି ଆନ୍ଦୋଳନ କରିଥିଲୁ । ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁ ପରିବା ଦର ବଢ଼ିଥିବା ବେଳେ ପେଟ୍ରୋଲର ଅଭାବ ଦେଖାଦେଇଛି ।ମାତ୍ର ଆଜି ଗଣମାଧ୍ୟମରେ ପୁଣି ମୁଖ୍ୟ ଶାସନ ସଚିବ ନିବେଦନ କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ନିଷ୍ପତ୍ତି ନେଇଛୁ । ଆଗାମୀ ତିନି ମାସରେ ଦାବି ପୂରଣ ହେବ ବୋଲି ଆଶା ରହିଛି ବୋଲି ମେଣ୍ଡୁଲି କହିଛନ୍ତି । ସରକାରଙ୍କ ଅନୁରୋଧକ୍ରମେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ସବୁ ଡ୍ରାଇଭର ଭାଇଙ୍କୁ ଅନୁରୋଧ ସମସ୍ତେ କର୍ମକ୍ଷେତ୍ରକୁ ଫେରନ୍ତୁ ।
ବିଭିନ୍ନ ଦାବି ନେଇ ଡ୍ରାଇଭର ମହାସଙ୍ଘ ଆନ୍ଦୋଳନରେ ବସିଥିଲା । ଆନ୍ଦୋଳନ ଯୋଗୁ ରାଜ୍ୟବାସୀ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଡ୍ରାଇଭରଙ୍କ ସମସ୍ୟାକୁ ୩ ମାସ ମଧ୍ୟରେ ସମାଧାନ କରିବା ଲାଗି ପ୍ରତିଶ୍ରୁତି ଦିଆଯାଇଛି । ତାହା ସତ୍ତ୍ବେ ସେମାନେ ଆନ୍ଦୋଳନକୁ ଯିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ସେ କହିଛନ୍ତି- ସମସ୍ୟାର ସମାଧାନ ଲାଗି ଡ୍ରାଇଭର ମହାସଙ୍ଘ ଓ ଅନ୍ୟ କର୍ମକର୍ତ୍ତାଙ୍କ ସହ ଆଲୋଚନା ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ବିଭିନ୍ନ ସ୍ତରରେ ଆଲୋଚନା ହୋଇଛି । ଗତକାଲି ମଧ୍ୟ ଏନେଇ ସକରାତ୍ମକ ଆଲୋଚନା ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଉପଦେଶ କ୍ରମେ ଡ୍ରାଇଭରଙ୍କ ସମସ୍ୟାକୁ ୩ ମାସ ମଧ୍ୟରେ ସମାଧାନ କରିବା ଲାଗି ପ୍ରତିଶ୍ରୁତି ଦିଆଯାଇଛି ।