ଆଜି ମେଘାଳୟ ଓ ନାଗାଲାଣ୍ଡରେ ବିଧାନସଭା ନିର୍ବାଚନ

ନୂଆଦିଲ୍ଲୀ: ଆଜି ମେଘାଳୟ ଓ ନାଗାଲାଣ୍ଡରେ ବିଧାନସଭା ନିର୍ବାଚନ । ସକାଳ ୭ରୁ ଭୋଟିଂ ଆରମ୍ଭ ହୋଇଥିବାବେଳେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ । ନାଗାଲାଣ୍ଡରେ ୬୦ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଛି । ଏଠାରେ ବିଜେପି ଓ ଏନଡିପିପି ମିଳିତ ଭାବେ ନିର୍ବାଚନ ଲଢୁଛନ୍ତି । ବିଜେପି ୨୦ଟି ଆସନରେ ଲଢୁଥିବା ବେଳେ ଏନଡିପିପି ୪୦ଟି ଆସନରେ ନିର୍ବାଚନ ଲଢୁଛି । ମୋଟ ୧୮୪ ଜଣ ପ୍ରାର୍ଥୀ ଏଥର ମଇଦାନରେ ଅଛନ୍ତି । ୧୩ ଲକ୍ଷରୁ ଅଧିକ ମତଦାତା ପ୍ରତିନିଧି ବାଛୁଛନ୍ତି ।
ସେହିପରି ମେଘାଳୟରେ ମଇଦାନରେ ଅଛନ୍ତି ୩୬୯ ଜଣ ପ୍ରାର୍ଥୀ । ଏଠାରେ ୫୯ଟି ଆସନରେ ଭୋଟିଂ ହେଉଥିବାବେଳେ ନେତା ବାଛୁଛନ୍ତି ୨୧ଲକ୍ଷରୁ ଅଧିକ ଭୋଟର । ମତଦାନ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯାଇଛି । ସମ୍ବେଦନଶୀଳ ବୁଥରେ ସୁରକ୍ଷା ବ୍ୟବସ୍ଥା ଅଧିକ କରାଯାଇଛି । ମାର୍ଚ୍ଚ ଦୁଇରେ ମେଘାଳୟ, ନାଗାଲାଣ୍ଡ ଓ ତ୍ରିପୁରାର ନିର୍ବାଚନ ଫଳାଫଳ ପ୍ରକାଶ ପାଇବ ।