କେତେଥର ଓ କାହିଁକି ବଦଳିଛି ଶିବସେନାର ଚିହ୍ନ, ଜାଣନ୍ତୁ…
1 min readନନ୍ଦିଘୋଷ ବ୍ୟୁରୋ: ୧୯୬୬ ମସିହାରେ ଶିବସେନାର ମୂଳଦୁଆ ପକାଇଥିଲେ ବାଲାସାହେବ ଠାକେର । ଦଳର କାର୍ଯ୍ୟକର୍ତ୍ତାଙ୍କୁ ଶିବ ସୈନିକ କୁହାଯାଇଥାଏ । ବାଲାସାହେବଙ୍କ ଦଳ ଆଜି ପରିବାର ହାତରେ ନାହିଁ । ନିର୍ବାଚନ ଆୟୋଗଙ୍କ ଘୋଷଣା ମୁତାବକ ଦଳ ଏବେ ପରିବାରରୁ ବାହାରେ । ଅର୍ଥାତ ଏକନାଥ ସିନ୍ଦେଙ୍କୁ ମିଳିଛି ଶିବସେନାର ଚିହ୍ନ । ବାଲାସାହେବ ଠାକେରଙ୍କ ପୁଅ ଉଦ୍ଧବ ଠାକେରଙ୍କୁ ମିଳିଛି ମଶାଲ ଚିହ୍ନ । ଅର୍ଥାତ ବିଧାନସଭା ଉପନିର୍ବାଚନ ପର୍ଯ୍ୟନ୍ତ ମଶାଲ ଚିହ୍ନରେ ଲଢିବେ ଉଦ୍ଧବ ଗୋଷ୍ଠୀ । ଶିବସେନାର ଚିହ୍ନ ପରିବର୍ତ୍ତନ ଆଗରୁ ମଧ ଅନେକ ଥର ହୋଇଛି । ଆସନ୍ତୁ ଜାଣିବା…
ଢାଲ-ତଲବାର
ଶିବସେନାର ପ୍ରଥମ ଚିହ୍ନ ସେତେବେଳେ ଦଉଡୁଥିବା ଘୋଡ଼ା ରହିଥିଲା । କିନ୍ତୁ ନିର୍ବାଚନୀ ପକ୍ରିୟାଆରେ ଜାରି ଚିହ୍ନଦରେ ଏହା ନଥିଲା । ତେଣୁ ଚିହ୍ନ୍ ପରିବର୍ତ୍ତନ ହୋଇଥିଲା । ଠାଣେ ମହାନଗର ପାଳିକା ନିର୍ବାଚନରେ ଢାଲ-ତଲବାର ଚିହ୍ନକୁ ବ୍ୟବହାର କରିବାକୁ ପଡିଥିଲା । ଠିକ୍ ସେହି ବର୍ଷ ହିଁ ମୁମ୍ବାଇ ମହାନଗର ପାଳିକା ନିର୍ବାଚନରେ ଢାଲ ଏବଂ ତଲବାରକୁ ବ୍ୟବହାର କରିଥିଲା ଶିବସେନା ।
ସକାଳର ସୂର୍ଯ୍ୟ
କମ୍ୟୁନିଷ୍ଟ ବିଧାୟକ କୃଷ୍ଣା ଦେଶାଇଙ୍କ ହତ୍ୟା ପରେ ପରେଲରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥିରେ ବାମନରାବ ମହାଡିକ ଉଁଇଥିବା ସକାଳର ସୂର୍ଯ୍ୟ ଚିହ୍ନରେ ନିର୍ବାଚନ ଲଢିଥିଲେ । ପ୍ରଥମ ଶିବସେନା ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।
ରେଳ ଇଞ୍ଜିନ
1978 ମସିହା ବିଧାନସଭା ନିର୍ବାଚନରେ ଶିବସେନା ରେଳ ଇଞ୍ଜିନକୁ ନେଇ ନିର୍ବାଚନକୁ ଓହ୍ଲାଇଥିଲା । ଜନତା ଦଳ ମହାରାଷ୍ଟ୍ରର ସମସ୍ତ ଆସନରେ ବିଜୟ ହୋଇ ଶିବସେନାକୁ ସଫା କରିଦେଇଥିଲା । ଦଳ ପାଇଁ ଏହି ଚିହ୍ନ କିଛି ବର୍ଷ ରହିଥିଲେ ମଧ୍ୟ ସେତେଟା ସଫଳତା ମିଳିନଥିଲା ।
ପଦ୍ମପୁଲ
୧୯୮୪ ମସିହାରେ ଶିବସେନା ଭାରତୀୟ ଜନତା ପାର୍ଟି ସହ ମିଶି ନିର୍ବାଚନ ଲଢୁଥାଏ । ସେତେବେଳେ କୌଣସି ଅଧିକୃତ ଚିହ୍ନ ଶିବସେନାକୁ ମିଳିନଥାଏ । ସେଥିପାଇଁ ମୁମ୍ବାଇ ମହାନଗର ନିଗମ ନିର୍ବାଚନରେ ବାମନରାୟ ମହାଡିକ ଏବଂ ମନୋହର ଯୋଶୀ ବିଜେପିର ସିମ୍ବଲ ବା ଚିହ୍ନକୁ ନେଇ ନିର୍ବାଚନ ଲଢିଥିଲା ।
ଧନୁ-ତୀର
୧୯୮୮ ମସିହାରେ ମୁମ୍ବାଇ ଏବଂ ଠାଣେ ନିର୍ବାଚନର ବହୁଳ ବିଜୟ ପରେ ଔରଙ୍ଗାବାଦ ମହାନଗର ନିଗମରେ ଶିବସେନାକୁ ମିଳିଥିଲା ଅଦ୍ଭୁତପୂର୍ବ ସଫଳତା । ଏହାପରେ ତିନିବର୍ଷ ଧରି ଦଳ ପାଖରେ ରହିଥିଲା ଧନୁ-ତୀର ଚିହ୍ନ ।
ମଶାଲ
ଏବେ ପୁଣି ଶିବସେନାକୁ ମିଳିଛି ମଶାଲ । ଅର୍ଥାତ ବାଲାସାହେବ ଠାକେରଙ୍କ ପୁଅକୁ ମିଳିଛି ଏହି ଚିହ୍ନ । ଏକନାଥ ସିନ୍ଦେ ଏବଂ ଉଦ୍ଧବ ଠାକେରଙ୍କ ଭିତରେ ଦଳକୁ ନେଇ ସୃଷ୍ଟି ହୋଇଥିଲା ବିବାଦ । ଦଳକୁ ନେଇ ମାମଲା ପହଁଚିଥିଲା ନିର୍ବାଚନ ଆୟୋଗଙ୍କ ପାଖରେ । ଦଳର ଅଧିକାଂଶ ବିଧାୟକଙ୍କ ସମର୍ଥନ ସିନ୍ଦେଙ୍କ ପ୍ରତି ରହିଥିଲା । ଯାହାକୁ ନେଇ ଉଦ୍ଧବ ଠାକେରଙ୍କୁ ମୁଖ୍ୟମନ୍ତ୍ରୀ ପଦ ହରାଇବାକୁ ପଡିଥିଲା । ବିଜେପି ସହ ମିଶି ସରକାର ଗଢିଥିଲେ ସିନ୍ଦେ । ଆଉ ନିକଟରେ ସିନ୍ଦେଙ୍କୁ ମିଳିଛି ଧନୁତୀର ଅର୍ଥାତ ଅସଲ ଶିବସେନାର ପ୍ରତୀକ ।