ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟ ହେବ ଉତ୍କର୍ଷ ବିଶ୍ବବିଦ୍ୟାଳୟ

ଭୁବନେଶ୍ୱର: ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟ ହେବ ଉତ୍କର୍ଷ ବିଶ୍ବବିଦ୍ୟାଳୟ । ଏଥିପାଇଁ ୧୫ଶହ କୋଟି ଟଙ୍କା ଖର୍ଚ୍ଚ ହେବ । ସେହିପରି ଇନଷ୍ଟିଚ୍ୟୁଟ ବିକାଶ ଯୋଜନା ମାଧ୍ୟମରେ ଭିଏସଏସୟୁଟି ବୁର୍ଲାର ପୁନଃରୁଦ୍ଧାର କରାଯିବ । ଭୁବନେଶ୍ୱର ପାଣ୍ଡରାରେ ଖୋଲିବ ବିଶ୍ୱ ଦକ୍ଷତା କେନ୍ଦ୍ରର ତୃତୀୟ କ୍ୟାମ୍ପସ । କଟକରେ ଖୋଲିବ ବିଜୁ ପଟ୍ଟନାୟକ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟର ନୂଆ କ୍ୟାମ୍ପସ ।

ଦକ୍ଷତା ବିକାଶ ମାଧ୍ୟମରେ ଆଗାମୀ ୨୦ବର୍ଷ ଧରି ଯୁବକଙ୍କୁ ଦକ୍ଷ କରିବା ନେଇ ଆଲୋଚନା ହୋଇଛି । ମିଶନ ଶକ୍ତିର ୭୦ ଲକ୍ଷ ମହିଳାଙ୍କ ରୋଜଗାର ବୃଦ୍ଧିକୁ ଗୁରୁତ୍ବ ଦିଆଯାଇଛି । ସବୁ ଜିଲ୍ଲାରେ ଦକ୍ଷତା ବୃଦ୍ଧି କେନ୍ଦ୍ର ରହିଛି । ୧୦ହଜାର ପିଲାଙ୍କୁ ଉନ୍ନତ ମାନର ଦକ୍ଷତା ବିକାଶ ତାଲିମ ପ୍ରଦାନ କରାଯିବ । ସେଥି ମଧ୍ୟରୁ ୫୦%ମହିଳାଙ୍କୁ ସୁଯୋଗ ଦିଆଯିବ । ଏନେଇ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରୀତିରଞ୍ଜନ ଗଡ଼ାଇ ସୂଚନା ଦେଇଛନ୍ତି ।