୨୦୪୭ ସୁଦ୍ଧା ସ୍ୱର୍ଣ୍ଣୀମ ଭାରତ ନିର୍ମାଣ ଲକ୍ଷ୍ୟ
ନୂଆଦିଲ୍ଲୀ: ସଂସଦରେ ଆରମ୍ଭ ହୋଇଛି ବଜେଟ ଅଧିବେଶନ । ବଜେଟ ପୂର୍ବରୁ ସଂସଦଙ୍କୁ ସମ୍ଭୋଧିତ କରିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନିଜ ଅଭିଭାଷଣରେ ରାଷ୍ଟ୍ରପତି, ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଛନ୍ତି । ସେ କହିଛନ୍ତି ଯେ, ଆଜି ଅଦ୍ଭୁତ ପୂର୍ବ ଭାବେ ଦେଶର ପ୍ରଗତି ହୋଇଛି । ୩ଶହ ଯୋଜନାର ଲାଭ ନାଗରିକ ଉଠାଇ ପାରିଛନ୍ତି । । ଦେଶର କୋଟି କୋଟି ଗରିବ ଲୋକ ସରକାରଙ୍କ ଯୋଜନାର ସଫଳତମ ଲାଭ ପାଉଛନ୍ତି । ସାରା ବିଶ୍ୱରେ ଏବେ ଗରୀବ କଲ୍ଯାଣ କାର୍ଯ୍ୟରେ ଭାରତର ଭୂମିକା ପ୍ରଶଂସନୀୟ । ୨୦୪୭ ମସିହା ସୁଧା ଭାରତ ସ୍ୱର୍ଣୀମ ଯୁଗରେ ପ୍ରବେଶ କରିବ । ଆଜି ଆଧିୁନିକତା ସହ ପରମ୍ପରାକୁ ନେଇ ଚାଲୁଥିବା ସରକାର ଅଛି । ସରକାରୀ କାର୍ଯ୍ୟରେ ଭ୍ରଷ୍ଟାଚାର ବନ୍ଦ କରିବାରେ ସଫଳ ହୋଇଛି ।
ସରକାରଙ୍କ ଯେତେ ମଧ୍ୟ କାର୍ଯ୍ୟ ଅଛି । ମହିଳା ସଶକ୍ତୀକରଣରେ ମୋ ସରକାର ଦ୍ରୁତ କାର୍ଯ୍ୟ କରୁଛି । ବେଟି ବଚାଓ ବେଟି ପଢାଓର ସଫଳତା ଆଜି ଆମେ ଦେଖୁଛେ । ଦେଶରେ ନିରନ୍ତର ନାରୀ ମାନଙ୍କ ପ୍ରଗତି ହେଉଛି । ମହିଳାଙ୍କ ସ୍ୱାସ୍ଥ୍ୟ ଆଗଠାରୁ ବର୍ତ୍ତମାନ ଢେର ଭଲ ରହିଛି । ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ହେଉ କିମ୍ବା ସୁରକ୍ଷିତ ମାତୃ ବନ୍ଦନା । ଆୟୁଷ୍ମାନ ଭାରତ ଯୋଜନାରେ ୫୦ ପ୍ରତିଶତ ଲାଭାର୍ଥୀ ମହିଳା । ମୋ ସରକାର ଛାତ୍ରୀଙ୍କ ପଢିବା ଠାରୁ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖିଛନ୍ତି । ସୁକନ୍ୟା ସମୃଦ୍ଧି ଯୋଜନାରେ କୋଟି କୋଟି ମହିଳାଙ୍କ ଖାତା ବ୍ୟାଙ୍କରେ ଖୋଲିଛି । ନୂଆ ଶିକ୍ଷା ନିତୀରେ ମଧ୍ୟ ଛାତ୍ରୀଙ୍କ ପ୍ରତି ଧ୍ୟାନ ଦିଆଯାଇଛି ।
ଶିଳ୍ପ ଠାରୁ ସେନା ପର୍ଯ୍ୟନ୍ତ ସବୁଠି ମହିଳାଙ୍କୁ ଧ୍ୟାନ ଦିଆଯାଇଛି । ସରକାର ମାତୃତ୍ୱ ଛୁଟିକୁ ୨୬ ସପ୍ତାହ କରିଛନ୍ତି । ମୁଦ୍ରା ଯୋଜନାରେ ମହିଳାଙ୍କ ଭାଗୀଦାରୀ ବଢିଛି । ଜନଧନ ଯୋଜନା ଠାରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଳୁଥିବା ଘର ମହିଳାଙ୍କ ନାମରେ କରାଯାଉଛି । ଯଦ୍ୱାରା ସେମାନଙ୍କ ସାହାସ ବୃଦ୍ଧି ଘଟୁଛି । ଦେଶରେ ୮୦ ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ କାମ କରୁଛନ୍ତି । ଯେଉଁଥିରେ ୯ କୋଟି ମହିଳା ଯୋଡି ହୋଇ ରହିଛନ୍ତି । ଆମର ବିକାଶ ଆକାଶ ଛୁଇଁବାକୁ ଯାଉଛି । ଆଜି ଦେଶରେ ଅଯୋଧ୍ଯା ଧାମର ନିର୍ମାଣ ଚାଲୁଛି । ସେପଟେ ଆଧୁନିକ ସଂସଦ ଭବନ ମଧ୍ୟ ନିର୍ମାଣ ଚାଲିଛି । ଆମେ ପରମ୍ପରା ଏବଂ ବିକାଶ ସହିତ ଏକତ୍ର ଯାତ୍ରା କରୁଛେ । ଗୋଟିଏ ପକ୍ଷରେ କେଦାରନାଥ ଓକାଶୀନାଥରେ ମହାକାଳ ଧାମର ବିକାଶ ଓ ଅନ୍ୟପଟେ ପ୍ରତି ଜିଲ୍ଲାରେ ମେଡିକାଲ କଲେଜ ନିର୍ମାଣ କରୁଛେ ।
ତୀର୍ଥ ଏବଂ ଐତିହାସିକ ସ୍ଥାନର ବିକାଶ କରୁଛେ ଅନ୍ୟପଟେ ମହାକାଶ ଗବେଷଣାର ବ୍ୟବସ୍ଥା ମଧ୍ୟ ସୁଦୃଢ କରୁଛେ । ୱାନ ରାସନ ୱାନ ନେସନ ଠାରୁ ଡିଜିଟାଲ ଇଣ୍ଡିଆ ପର୍ଯ୍ୟନ୍ତ ଆମର ଗତି । ଭାରତ ଆଜି ପୂରାତନ ନିଦାନ ସହ ଡାକ୍ତରୀ ଶିକ୍ଷାକୁ ଗୁରୁତ୍ୱ ଦେଇଛି । ପ୍ରାକୃତିକ ଶକ୍ତିକୁ ଗୁରୁତ୍ୱ ଦେବା ସହ ନାନୋ ୟୁରିଆକୁ ମଧ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି । ସୋଲାର ଠାରୁ ଡ୍ରୋନ ପର୍ଯ୍ୟନ୍ତ ସରକାର କୃଷକ ପାଇଁ କାମ କରୁଛି । ଆଜାଦୀ କି ଅମୃତ ମହୋତ୍ସବ କାଳରେ ମୋ ସରକାର ପ୍ରତିଟି ଦିଗକୁ ଧ୍ୟାନ ଆକର୍ଷଣ କରିଛନ୍ତି । ଯୁବଙ୍କ ନେତୃତ୍ୱ ଆଜି ବିଶ୍ୱରେ ବିଦିତ । ଇନେଭୋସନରେ ଆମେ ୮୧ ତମ ସ୍ଥାନରେ ଥିଲେ କିନ୍ତୁ ଆଜି ଆମର ସ୍ଥାନ ୪୦ରେ ପହଁଚିଛି । ସେନାରେ ଯୁବଶକ୍ତିଙ୍କ କାର୍ଯ୍ୟ ବଢିଛି ।
ଗରିବ ପରିବାରକୁ ମାଗଣା ପାଣି ଓ ବିଜୁଳି ମିଳୁଛି । ଖେଲୋ ଇଣ୍ଡିଆ ସେକ୍ଟର ଠାରୁ ପ୍ରତିଭାଙ୍କୁ ଆକର୍ଷିତ କରିବା ଦିଗରେ କାର୍ଯ୍ୟ କରୁଛି ସରକାର । ସୁଗମ ଭାରତ ଜରିଆରେ ଦିବ୍ୟାଙ୍ଗଙ୍କ ପାଇଁ ବିଭିନ୍ନ କାର୍ଯ୍ୟ କରୁଛନ୍ତି ସରକାର । ଏକ ଆତ୍ମ ନିର୍ଭର ସମୃଦ୍ଧ ଭାରତ ନିର୍ମାଣ କରିବାର ଅଛି । ଆଜି ପ୍ରତି ଭାରତୀୟଙ୍କ ପାଖରେ ଆତ୍ମବିଶ୍ୱାସ ବଢିଛି । ସର୍ଜିକାଲ ଷ୍ଟ୍ରାଇକ ସହ ଆତଙ୍କୀକ କଠୋର ପ୍ରହାର ହୋଇଛି । ପ୍ରତିଦିନ ଦେଶରେ ଦୁଇଟି କଲେଜ ନିର୍ମାଣ ହେଉଛି । ପ୍ରତି ସପ୍ତାହରେ ଏକ ବିଶ୍ୱ ବିଦ୍ୟାଳୟ ନିର୍ମାଣ ହୋଉଛି । ୨୦୧୪ରୁ ୨୦୨୨ ଭିତରେ ୨୬୦ରୁ ଅଧିକ ମେଡିକାଲ କଲେଜ ଖୋଲିଛି ସରକାର । ଛାତ୍ରଙ୍କ ପାଇଁ ଗ୍ରାଜୁଏଟ ଏବଂ ପୋଷ୍ଟ ଗ୍ରାଜୁଏଟ ସଂଖ୍ୟା ଦେଶରେ ଏହେ ଦୁଇ ଗଣା । ୨୦୧୪ ସୁଦ୍ଧା ଦେଶରେ ସମୁଦାୟ ୭୫୦ଟି ବିଶ୍ୱବିଦ୍ୟାଳୟ ରହିଥିଲା । କିନ୍ତୁ କେବଳ ଏହି ଶେଷ ୮ ବର୍ଷରେ ସରକାର ୩ଶହ ନୂଆ ବିଶ୍ୱବିଦ୍ୟାଳୟ ନିର୍ମାଣ କରିଛନ୍ତି ।