spot_img

Latest Posts

ନବକିଶୋର ଦାସ ହତ୍ୟା ମାମଲା; ବ୍ରଜରାଜନଗରରେ ଡେରା ପକାଇଛି କ୍ରାଇମବ୍ରାଞ୍ଚ୍ ଟିମ୍

ଝାରସୁଗୁଡ଼ା: ନବକିଶୋର ଦାସ ହତ୍ୟା ମାମଲାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚର ଏକ ଟିମ ବ୍ରଜରାଜନଗରରେ ଡେରା ପକାଇଛନ୍ତି। ଡିଏସପି ରମେଶ ଚନ୍ଦ୍ର ଦୋରାଙ୍କ ନେତୃତ୍ବରେ ତଦନ୍ତ ଚାଲିଛି। ଆଜି ବ୍ରଜରାଜନଗରରେ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନକୁ ତର୍ଜମା କରିଛି ଟିମ୍। ଘଟଣାସ୍ଥଳରେ ଅନୁଧ୍ୟାନ କରିବା ସହ ସେଠାରୁ ପ୍ରମାଣ ସଂଗ୍ରହ କରିଛି। ଗୁଳିମାଡ଼ରେ ବ୍ୟବହାର ହୋଇଥିବା ୯ଏମଏମ ପିସ୍ତଲ, ତିନୋଟି ଗୁଳି ଓ ଅଭିଯୁକ୍ତ ଗୋପାଳର ମୋବାଇଲ ଜବତ କରାଯାଇଛି । ଜବତ ମାରଣାସ୍ତ୍ରକୁ ଯାଞ୍ଚ ପାଇଁ ପଠାଯାଇଛି । ସେହିପରି ଡିଏସପି ଶିଶିର ମିଶ୍ରଙ୍କ ନେତୃତ୍ବରେ ଅନ୍ୟ ଏକ ଭୁବନେଶ୍ବରରେ ତଦନ୍ତ କରିଛି। କ୍ୟାପିଟାଲ ହସପିଟାଲରେ ଅଟୋପସିର ସଂପୂର୍ଣ୍ଣ ପ୍ରକ୍ରିୟାର ଭିଡିଓଗ୍ରାଫି କରାଯାଇଛି। ଚିକିତ୍ସା ରେକର୍ଡ ସହ ରକ୍ତଭିଜା ପୋଷାକକୁ ଜବତ କରିଛି । ସେହିପରି ଭିସେରା ସଂରକ୍ଷଣ କରାଯାଇଛି ।

Latest Posts

Don't Miss