ଟେନିସକୁ ଅଲବିଦା କହିଲେ ସାନିଆ ମିର୍ଜା, ଅଷ୍ଟ୍ରେଲିଆ ଓପନରେ ରନର୍ସ ଅପ ସହ ବିଦାୟ

1 min read

ମେଲବର୍ଣ୍ଣ: ସାନିଆ ମିର୍ଜାଙ୍କ ଶେଷ ଗ୍ରାଣ୍ଡ ସ୍ଲାମ । ଶେଷ ମ୍ୟାଚରେ ହାରି ବିଦାୟ ନେଲେ ଷ୍ଟାର ଟେନିସ୍ ଖେଳାଳି ସାନିଆ ମିର୍ଜା । ଅଷ୍ଟ୍ରେଲିଆ ଓପନ ଟେନିସ୍ ଟୁର୍ଣ୍ଣାମେଣ୍ଟର ମିକ୍ସଡ ଡବଲ୍ସ ଫାଇନାଲରେ ସାନିଆ ଓ ତାଙ୍କ ଯୋଡ଼ିଦାର ବୋପାନ୍ନାଙ୍କୁ ହାରର ସାମ୍ନା କରିବାକୁ ପଡ଼ିଛି । ଅଷ୍ଟ୍ରେଲିଆ ଓପନରେ ରନର୍ସଅପ୍‌ ସହ ନିଜ ଟେନିସ କ୍ୟାରିୟରକୁ ଅଲବିଦା କହିଛନ୍ତି ସାନିଆ ମିର୍ଜା । ୬ଟି ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଥିବା ସାନିଆ ଅଷ୍ଟ୍ରେଲିଆ ଓପନର ମିକ୍ସଡ ଡବଲ୍ସ ଫାଇନାଲରେ ପ୍ରବେଶ କରିଥିଲେ ।  ଶେଷ ମ୍ୟାଚ ହାରିବା ପରେ କାନ୍ଦି ପକାଇଥିଲେ ସାନିଆ । ବ୍ରାଜିଲର ଲୁଇସା ଷ୍ଟେଫାନି ଓ ରାଫେଲ ମାଟାଓସ ‍ଫାଇନାଲ ମ୍ୟାଚରେ ସାନିଆ-ବୋପାନ୍ନା ଯୋଡ଼ିଙ୍କୁ ପରାସ୍ତ କରିଛନ୍ତି । ଏହି ପରାଜୟ ସହ ସାନିଆ ଓ ବୋପାନ୍ନାଙ୍କୁ ରନର୍ସଅପରେ ସନ୍ତୁଷ୍ଟ ହେବାକୁ ପଡ଼ିଛି ।

ସାନିଆ ଅଷ୍ଟ୍ରେଲିଆ ଓପନ ପରେ ଅବସର ନେବେ ବୋଲି ଘୋଷଣା କରିଥିଲେ । ସେହି ଅନୁସାରେ ସେ ମ୍ୟାଚ୍‌ ସରିବା ପରେ ସମସ୍ତଙ୍କୁ କୃତଜ୍ଞତା ଜଣାଇ ଟେନିସକୁ ଅଲବିଦା କହିଛନ୍ତି । ସାନିଆ ତାଙ୍କ ଦୀର୍ଘ ବର୍ଷର ଟେନିସ କ୍ୟାରିୟର ମଧ୍ୟରେ ୬ ଥର ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଛନ୍ତି । ଏଥିରେ ୩ଟି ମହିଳା ଡବଲ୍ସ ଓ ୩ଟି ମିକ୍ସଡ ଡବଲ୍ସ ରହିଛି ।