ବେଷ୍ଟ ଫରେନ୍ ଲାଙ୍ଗୁଏଜ୍ ଫିଲ୍ମ ବନିଲା RRR
1 min readନୂଆଦିଲ୍ଲୀ: ଏସଏସ ରାଜମୌଲିଙ୍କ ଫିଲ୍ମ RRR ବିଶ୍ବରେ ପ୍ରଶଂସା ସାଉଣ୍ଟିବାରେ ଲାଗିଛି। ଗ୍ଲୋଡେନ୍ ଗ୍ଲୋବ ଜିତିବା ପରେ ରାଜମୌଲିଙ୍କ ଫିଲ୍ମ RRR ବେଷ୍ଟ ଫରେନ୍ ଲାଙ୍ଗୁଏଜ୍ ଫିଲ୍ମ ଭାବେ କ୍ରିଟିକ୍ସ ଚଏସ୍ ଆୱାର୍ଡ ଜିତିଛି।
ଏନେଇ କ୍ରିଟିକ୍ସ ଚଏସ୍ ଆୱାର୍ଡ ନିଜ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଶେୟାର କରିଛି। କ୍ୟାପସନରେ RRR ଫିଲ୍ମର କାଷ୍ଟ ଆଣ୍ଡ୍ କ୍ରୁ ମେମ୍ବରଙ୍କୁ ବହୁତ ଶୁଭେଚ୍ଛା।
Congratulations to the cast and crew of @RRRMovie – winners of the #criticschoice Award for Best Foreign Language Film.#CriticsChoiceAwards pic.twitter.com/axWpzUHHDx
— Critics Choice Awards (@CriticsChoice) January 16, 2023
RRR ଫିଲ୍ମ ‘ଅଲ୍ କ୍ୱାଇଟ୍ ଅନ୍ ଦ ୱେଷ୍ଟର୍ନ ଫ୍ରଣ୍ଟ’, ‘ଆର୍ଜେଣ୍ଟିନା ୧୯୮୫’, ‘ବାର୍ଡୋ’, ‘ଫଲ୍ସ କାନିକଲ୍ ଅଫ୍ ଏ ହ୍ୟାଣ୍ଡଫୁଲ୍ ଅଫ୍ ଟୁଥ୍ସ, କ୍ଲୋଜ୍’ ଓ ‘ଡିସିଜନ୍ ଟୁ ଲିବ’ ଭଳି ଫିଲ୍ମକୁ ପଛରେ ପକାଇ ଏହି ଆୱାର୍ଡକୁ ହାତେଇ ନେଇଛି। ରାଜମୌଲି ମଧ୍ୟ ହାତରେ ଟ୍ରଫି ଧରି ଫଟୋ ଉଠାଉଥିବାର ଏକ ପୋଷ୍ଟ ଶେୟାର କରିଛନ୍ତି ।
Cheers on a well deserved win @RRRMovie ?! pic.twitter.com/f3JGfEitjE
— Critics Choice Awards (@CriticsChoice) January 16, 2023
ଏହା ପୂର୍ବରୁ ଗୋଲ୍ଡେନ ଗ୍ଲୋବ-୨୦୨୩ରେ ବେଷ୍ଟ ଅରିଜିନାଲ ସଙ୍ଗ୍ ଆଓ୍ବାର୍ଡ ପାଇଥିଲା RRRର ନାଟୁ ନାଟୁ ସଙ୍ଗ। ଆମେରିକାରେ ଚାଲିଥିବା ଗୋଲ୍ଡେନ ଗ୍ଲୋବର ୮୦ ତମ ସଂସ୍କରଣରେ ନାଟୁ ନାଟୁକୁ ବେଷ୍ଟ ଅରିଜିନାଲ ସଙ୍ଗ ଆଓ୍ବାର୍ଡ ମିଳିଥିଲା। ବକ୍ସ ଅଫିସରେ ସୁପର ଡୁପର ହିଟ୍ ହୋଇଥିବା ରାଜମୌଲିଙ୍କ ଏହି ଫିଲ୍ମ ପୂରା ବିଶ୍ବରେ ପ୍ରଶଂସା ସାଉଣ୍ଟୁଛି ।